ଅନୁଗୁଳ: ପ୍ରତିବର୍ଷ ଫେବୃଆରୀ ମାସକୁ ପ୍ରେମର ମାସ ଭାବେ ପାଳନ କରନ୍ତି ଯୁବପିଢି। ଏହି ମାସର ୭ ତାରିଖକୁ ରୋଜ୍ ଡେ’ ଭାବେ ପାଳନ କରାଯାଏ। ଭାଲେନଟାଇନ୍ ରୋଜ୍ ଡେ’ ରୁ ଆରମ୍ଭ ହୋଇଥାଏ। ନିଜନିଜ ପାର୍ଟନରଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥାନ୍ତି ଯୁବପିଢି। ଭଲ ପାଇବାର ଆଦାନ ପ୍ରଦାନ ହୁଏ ଏହି ଗୋଲାପ ମାଧ୍ୟମରେ। ଏଥିପାଇଁ ଗୋଲାପର ଡିମାଣ୍ଡକୁ ଦୃଷ୍ଟିରେ ରଖି ସୋମବାର ଅନୁଗୁଳ ଫୁଲ ବଜାରରେ ଗୋଲାପର ମଧ୍ୟ ଚଢ଼ା ଦର ରହିଛି। ବଜାରରେ ଆଜି ଗୋଲାପ ଫୁଲ ଗୋଟା ପିଛା ଦାମ୍ ୨୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଫୁଲ ବଜାରରେ ଗୋଲାପ ପାଇଁ ଯୁବପିଢିଙ୍କ ଭିଡ ମଧ୍ୟ ବେଶ୍ ଜମିଛି। ପାଶ୍ଚାତ୍ୟ ଦେଶ ମାନଙ୍କରେ ଭାଲେନଟାଇନ ଡେ’ ର ବେଶ ଆଦୃତ ରହିଛି। ଫେବୃଆରୀ ମାସ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଯୁବପିଢି ବିଭିନ୍ନ ଡେ’ କୁ ପାଳନ କରିଥାନ୍ତି। ଏହି ଭାଲେନଟାଇନ ସପ୍ତାହ ରୋଜ୍ ଡେ’ ରୁ ଆରମ୍ଭ ହୋଇଥାଏ।
ରୋଜ୍ ଡେ’
- Post published:February 7, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul