ଅନୁଗୁଳ: ରୋଟାରୀ କ୍ଲବ ଅନୁଗୁଳ ରୟାଲ ତରଫରୁ ଟାଉନ ହାଇସ୍କୁଲକୁ ଏକ ଶୀତଳ ପାନୀୟ ଜଳ ଯନ୍ତ୍ର ପ୍ରଦାନ କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସ୍କୁଲ ପିଲା, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କ ନିମିତ୍ତ କ୍ଲବ ତରଫରୁ ଏହା ସ୍ଥାପନା କରାଯାଇଛି।
କ୍ଲବ ସଭାପତି ରୋଟାରିଆନ ଡ଼ଃ ମାଇକେଲ ଜନ୍ ଏବଂ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ଏ ଅବସରରେ କ୍ଲବ ସମ୍ପାଦକ କୈଳାସ ଅଗ୍ରୱାଲା, ଡ଼ଃ ସୋମ୍ୟକାନ୍ତ ବିଶୋଇ, ବାଣୀଦେବ, ମଧୁଗୁପ୍ତା, ଅଶୋକ ମାଣ୍ଡୋଠିଆ, ମୁରାରୀ ଲାଲ ଅଗ୍ରୱାଲା, ଅମ୍ବିକା ପ୍ରସାଦ ସାହୁ, ରାଜେଶ ସରଲିଆ, ନିହାର ରଞ୍ଜନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ରୋଟାରିଆନ ପବନ ଅଗ୍ରୱାଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।