ଅନୁଗୁଳ: ରୋଟାରୀ କ୍ଳବ୍ ଅନୁଗୁଳ ଦ୍ଵାରା ପରିଚାଳିତ ରୋଟାରୀ ପବ୍ଲିକ ସ୍କୁଲର ଚେୟାରମେନ ନିଖିଲ ରଞ୍ଜନ ମିଶ୍ର ଓ କ୍ଳବ୍ ସଦସ୍ୟ ତଥା ପୂର୍ବତନ ସ୍କୁଲ ଚେୟାରମେନ ଏସ୍ଏମ୍ ଜେନାଙ୍କୁ କ୍ଳବ୍ ବହିଷ୍କୃତ କରିଥିବା ଲିଖିତ ଭାବେ ଜଣାଇଛି। ରୋଟାରୀ କ୍ଳବ୍ର ଚେୟାରମେନ ଡା ଧରଣୀଧର ନାଥ ଏକ ବିଜ୍ଞପ୍ତିରେ ଏଥିନେଇ ସ୍ପଷ୍ଟନିର୍ଦ୍ଦେଶନାମା ଦେଇଛନ୍ତି।
ଗତ କିଛିଦିନ ଧରି ରୋଟାରୀ ପବ୍ଲିକ ସ୍କୁଲ ବିବାଦ ଘେରରେ ରହି ଆସୁଛି।କରୋନା ସମୟରେ ଫିସ୍ ଦେଇ ନ ପାରିବା ହେତୁ କିଛି ପିଲାଙ୍କୁ ବିଦାକରିଦେବା ଫଳରେ ଅଭିଭାବକ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।ଏଭଳି ସମୟରେ ସ୍କୁଲର ଏନଓସି କଟି ଯିବା ସ୍କୁଲକୁ ଅଡ଼ୁଆରେ ପକାଇଥିଲା। ବିଭିନ୍ନ ଅନିୟମିତତା କାରଣରୁ ଏବେ ଚେୟାରମେନଙ୍କୁ ବହିଷ୍କାର କରାଯିବା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।କ୍ଳବ୍ର ଭାଇସ୍ ଚେୟାରମେନ ଜି.କେ ସିଂହଙ୍କୁ ସ୍କୁଲର ନୂଆ ଚେୟାରମେନ ଭାବେ ନିଯୁକ୍ତି ଦିଆ ଯାଇଛି। ଏଥିନେଇ ନିଖିଲ ରଞ୍ଜନ ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ପର୍କ ସମ୍ଭବ ହୋଇ ପାରି ନଥିଲା।