ଚାକିରି ଦେବା ନାଁରେ ୧୫ ଜଣଙ୍କ ଠାରୁ ଦୁଇ ଲକ୍ଷ ଟଙ୍କାର ଠକେଇ, ଫେରସ୍ତ ମାଗିବାରୁ ମାଡ଼ ଦେଲେ ଅଭିଯୁକ୍ତଙ୍କ ସ୍ତ୍ରୀ

You are currently viewing ଚାକିରି ଦେବା ନାଁରେ ୧୫ ଜଣଙ୍କ ଠାରୁ ଦୁଇ ଲକ୍ଷ ଟଙ୍କାର ଠକେଇ, ଫେରସ୍ତ ମାଗିବାରୁ ମାଡ଼ ଦେଲେ ଅଭିଯୁକ୍ତଙ୍କ ସ୍ତ୍ରୀ

ଅନୁଗୁଳ: ସୁରକ୍ଷାକର୍ମୀ ଚାକିରି କରାଇଦେବା ନାଁରେ ୧୫ ଜଣଙ୍କ ଠାରୁ ୨ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ଜଣେ ବ୍ୟକ୍ତିଙ୍କ ନାଁରେ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ଶିକ୍ଷକପଡ଼ାରେ ରହୁଥିବା ବିଜୟ ନାଏକ ନାମକ ବ୍ୟକ୍ତି ଏହି ଠକେଇ କରିଛନ୍ତି।
ଠକେଇର ଶିକାର ହୋଇଥିବା ବବୁଲୁ ସାହୁ ଅନୁଗୁଳ ଟାଉନ ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ, ବିଜୟ ଚାକିରି କରାଇ ଦେବେ କହି ତିନି ବର୍ଷ ତଳେ ଦୁଇ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଆଜି କାଲି କହି ସେ ଦିନ ଗଡ଼ାଇ ଚାଲିଛନ୍ତି। ତେଣୁ ବବୁଲୁ ସାହୁ ଏବଂ ଅନ୍ୟ ମାନେ ବାଧ୍ୟ ହୋଇ ଟଙ୍କା ଫେରସ୍ତ ମାଗିଥିଲେ। କିନ୍ତୁ ସେ ଆଉ ଧରାଛୁଆଁ ଦେଇନଥିଲେ। ଟଙ୍କା ମାଗିବାକୁ ଯୁବକମାନେ ଶିକ୍ଷକପଡ଼ା ଯାଇଥିବା ବେଳେ ବବୁଲୁଙ୍କୁ ତାଙ୍କ ସ୍ତ୍ରୀ ମାଡପିଟ କରିବା ସହିତ ଗାଳି ଗୁଲଜ କରି ଟଙ୍କା ଫେରସ୍ତ ହେବ ନାହିଁ ବୋଲି କହିଥିଲେ। ଏ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି।

Share

Leave a Reply