ଅନୁଗୁଳ: କରୋନା ପାଇଁ ବିବାହ ଓ ଶୁଦ୍ଧିକ୍ରିୟାରେ କଟକଣା ଲାଗିଛି । ୨୦ ଜଣ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା କରିବା ପାଇଁ ପ୍ରଶାସନ ଅନୁମତି ରହିଥିବା ବେଳେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଉଛି। ମାତ୍ର କରୋନା କଟକଣାକୁ ଉଲଂଘନ କରି ଅନୁଗୁଳ ସଦର ଥାନା ଇଲାକା ସୁରାବ ଗ୍ରାମରେ ସୋମବାର ଏକ ଶୁଦ୍ଧିକ୍ରିୟାରେ ଭୋଜିଭାତର ଆୟୋଜନ ହୋଇଥିଲା। ଭୋଜି ଆରମ୍ଭ ହେବାରୁ ଆସିଷ୍ଟାଣ୍ଟ କଲେକ୍ଟର ଦୋଳଗୋବିନ୍ଦ ସାହୁଙ୍କ ନେତୃତ୍ବରେ ଏନ୍ଫୋର୍ସମେଣ୍ଟ ଟିମ୍ ସୁରାବ ଗ୍ରାମରେ ଚଢ଼ାଉ କରିଥିଲା। ଆଇନ୍ ଉଲଂଘନ ପାଇଁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଖାଦ୍ୟକୁ ନଷ୍ଟ ନକରି କରୋନା ସତର୍କତା ସହ ସାହି ପଡ଼ିଶାରେ ବାଣ୍ଟି ଦିଆଯାଇଥିଲା। ସମସ୍ତ ଖାଦ୍ୟ ବଣ୍ଟାସରିବା ଏନ୍ଫୋର୍ସମେଣ୍ଟ୍ ଟିମ୍ ଫେରିଥିବା ଜଣାପଡ଼ିଛି।
ଶୁଦ୍ଧିକ୍ରିୟାରେ ଭୋଜିଭାତ, ୫ ହଜାର ଜରିମାନା, ସାହି ପଡ଼ୋଶୀଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ
- Post published:May 25, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
