ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଦୌଡ଼ କୁଦ ପ୍ରତିଯୋଗିତା ଆୟୋଜିତ

0

ଅନୁଗୁଳ: ଆଜି ପୂର୍ବାହ୍ନରେ ନାଲକୋ ଷ୍ଟାଡିୟମ ଠାରେ ଅନୁଗୁଳ ଜିଲ୍ଲା ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ନାଲକୋର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମେ ତାଳଚେର ଉପଖଣ୍ଡ କ୍ରୀଡା ସଂସଦର ସମ୍ପାଦକ ପେସ୍କାର ଗଡ଼ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ପରେ ସମ୍ମାନିତ ଅତିଥି ଭାବେ ନାଲକୋର ଜିଏମ୍ ରାଜାରାମ ମିଶ୍ର ଖେଳାଳିଙ୍କୁ ଉଦବୋଧନ ଦେଇ ଜିଲ୍ଲାର ସମ୍ମାନ ପାଇଁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ନିମନ୍ତେ ପ୍ରୋତ୍ସାହିତ କରିଥିଲେ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୩୦ ବିଭାଗରେ ୧୫୦ ଜଣ ପ୍ରତିଯୋଗୀ ଓ ୩୦ ଜଣ ଅଫିସିଆଲ ଯୋଗ ଦେଇଛନ୍ତି।
କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଆସନ୍ତା ୨୨ରୁ ୨୫ ତାରିଖ ଯାଏଁ ଭୁବନେଶ୍ୱର କିଟ କ୍ୟାମ୍ପସରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଏ କେ ସିଠ, ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଡାକ୍ତର ଗୌର ଗୋବିନ୍ଦ ସାମନ୍ତ ଏବଂ କ୍ରୀଡା ସଂସଦର ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇଥିଲେ। ଶେଷରେ ପ୍ରଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

error: Content is protected !!