ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ

You are currently viewing ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ

ଅନୁଗୁଳ : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ଏପ୍ରିଲ ୧୪ ତାରିଖ ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଶୁକ୍ରବାର ଆଠମଲ୍ଲିକ ବ୍ଲକର ନଅଗାଁ ପଞ୍ଚାୟତର କମଳପୁରରେ ବ୍ୟାକ ଟୁ ହୋମ ସଂସ୍ଥା ଦ୍ୱାରା ଜୈବିକ ଓ ଔଷଧୀୟ କୃଷି ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ଅନୁଗୁଳ ଆସି ସର୍କିଟ ହାଉସରେ ରାତ୍ରିଯାପନ କରିବା ସହ ଶନିବାର ଫେରି ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି।

Share

Leave a Reply