ସାହାରାଗୁଡ଼ା ବେଆଇନ ଇଟାଭାଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ??

You are currently viewing ସାହାରାଗୁଡ଼ା ବେଆଇନ ଇଟାଭାଟି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ??

ଅନୁଗୁଳ: ବାନ୍ତଳା ଥାନା ଅନ୍ତର୍ଗତ ସାହରାଗୁଡ଼ା ଗାଁ ସୁନାଭୂଇଁରେ ଦୀର୍ଘ ଦିନ ଧରି ବେଆଇନ ଇଟା ଭାଟି ଚାଲିବା ଯେତିକି ଆଶ୍ଚର୍ଯ୍ୟଜନକ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁନ୍ଥୂ କୁନ୍ଥୁ ହେବା ସେତିକି ରହସ୍ୟମୟ।

ଏହି ଇଟାଭାଟି କେତେକ ମାଫିଆ କରୁଥିବା ବେଳେ ସ୍ଥାନୀୟ କିଛି କୁଜି ନେତାଙ୍କୁ ହାତ କରି ଏହି ବ୍ୟବସାୟ ଚଳାଇ ଆସୁଛନ୍ତି । ଏ ସମ୍ପର୍କରେ ବନ୍ତଳା ଆର୍‌ଆଇ ଟୀକନ ବେହେରା କହିଛନ୍ତିକୁ ସେ ଗତ ୭ ତାରିଖରେ ଘଟଣା ସ୍ଥଳ ବୁଲିବାକୁ ଯାଇଥିଲେ। ଗତ ୧୨ ତାରିଖରେ ସେମାନଙ୍କୁ ନୋଟିସ କରାଯାଇଛି।ତହସିଲଦାର ଛୁଟିରେ ଅଛନ୍ତି। ଖୁବ୍ ଶୀଘ୍ର
ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

Share

Leave a Reply