ସପ୍ତାହ ବ୍ୟାପୀ ଚାଲିଥିବା ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉଦଯାପିତ

You are currently viewing ସପ୍ତାହ ବ୍ୟାପୀ ଚାଲିଥିବା ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉଦଯାପିତ

ନାଲକୋ ନଗର: ନାଲକୋ (ଏସଆଣ୍ଡପି)ଏସସି/ଏସଟି କର୍ମଚାରୀ କଲ୍ୟାଣ ସଂଘ ଦ୍ୱାରା ସପ୍ତାହ ବ୍ୟାପୀ ଚାଲିଥିବା ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମଙ୍ଗଳବାର ଉଦଯାପିତ ହୋଇଛି। ଏହି ଅବସରରେ ନାଲକୋ ଅଡିଟୋରିୟମ ହଲ ଠାରେ ଆୟୋଜିତ ସଭାରେ ନାଲକୋର ମୁଖ୍ୟ ସତର୍କତା ଅଧିକାରୀ (ସିଭିଓ) ସୋମନାଥ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହିଦ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଧରମବୀର ମୋହନ ସିଂ ମୁଖ୍ୟ ବକ୍ତା ଭାବେ , ନାଲକୋ (ଏସଆଣ୍ଡପି) ଇଡି ଅମୀୟ କୁମାର ସ୍ବାଇଁ, ଜିଜିଏମ ସତ୍ୟବାଦୀ ମିଶ୍ର, ଏସ.ଏସ.ନରେଲ୍ସ ଓ ଜିଏମ ସୋଗତ ବାସୁ, ଜିଏମ ଚନ୍ଦ୍ରମୋହନ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଦେଶାଉଲି ମହିଳା କମିଟି ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ସଭାପତି କେଦାର ନାଥ ଦେହୁରୀ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବନବିହାରୀ ନାଏକ ବିବରଣୀ ପାଠ କରିବା ସହିତ ସପ୍ତାହ ବ୍ୟାପୀ ଅନୁଷ୍ଠିତ ସେବା, ସହଯୋଗ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସମ୍ବନ୍ଧରେ ଆଲୋକପାତ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ବିତରଣ କରିଥିଲେ।

କାର୍ଯ୍ୟକ୍ରମରେ ମାନବ ସମ୍ବଳ ଅଧିକାରୀ ଶୁଭେନ୍ଦୁ ନାୟକ, ଆଲୁମିନିୟମ ମଜଦୂର୍ ସଂଘର ସଭାପତି ମୁନା ସାମଲ, ସମ୍ପାଦକ ବିନୋଦ ସାମଲ, ଶିବରାମ ସେଠୀ, ଗୋପାଳ କୃଷ୍ଣ ମଲ୍ଲିକଙ୍କ ସମେତ ବହୁ ନାଲକୋ କର୍ମଚାରୀ ଓ ଆଦିବାସୀ ଜନଜାତିର ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Share

Leave a Reply