ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

You are currently viewing ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ନୂତନ ବର୍ଷର ପ୍ରଥମ ସନ୍ଧ୍ୟାରେ କୁମଣ୍ଡ ପଞ୍ଚାୟତର ଭଣ୍ଡୁ ବର୍ ସ୍ଥିତ ସାଇ ବିହାର ୱେଲ୍ ଫେୟାର ସୋସାଇଟି ବାସିନ୍ଦାଙ୍କ ୭ମ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ପରିବାର ସାମିଲ ହୋଇ ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟ ଅତିଥି ରୂପେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ପ୍ରତିନିଧି ସୁଦୀପ ଗଡ଼ନାୟକ, ସମ୍ମାନିତ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀଙ୍କ ଛେଣ୍ଡିପଦା ବ୍ଲକ୍ ପ୍ରତିନିଧି ବିଜୟ ମାଝୀ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଭାପତି ବରିଷ୍ଠ ଅଧ୍ୟାପକ ବିଭୂତି ଭୂଷଣ ମହାପାତ୍ର, କମିଟିର ସମ୍ପାଦକ ଆଇନଜୀବୀ ଅର୍ଜୁନ କୁମାର ମୁଦୁଲି, କୃତିବାସ ଭୂତିଆ, ସିଦ୍ଧେଶ୍ଵର ବିଶ୍ଵାଳ, ଉପସଭାପତି ଡକ୍ଟର ଶଶାଙ୍କ ଶେଖର ସାହୁ, ସହ ସମ୍ପାଦକ ଡକ୍ଟର ଦୀପକ କୁମାର ସାହୁ, ଲକ୍ଷ୍ମୀକାନ୍ତ ବେହେରା, ସହଦେବ ବିଶ୍ଵାଳ, ରୁଲୂ ସାହୁ, ତପନ କୁମାର ସାହୁ, ସଞ୍ଜୟ କୁମାର ସର, ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply