କଣିହାଁ: ଅନୁଗୁଳ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆବାହକ ପ୍ୟାରୀମୋହନ ପ୍ରଧାନ ଓ ଅଧ୍ୟକ୍ଷ ଲଳିତ ମୋହନ ବେହେରାଙ୍କ ନିର୍ଦ୍ଦେଶରେ କଣିହାଁ ବ୍ଲକ ଓ ତହସିଲ ଅଧୀନରେ କନିଷ୍ଠ ସହାୟକ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନେ କାର୍ଯ୍ୟାଳୟରେ ୧୦ ଦିନ ପର୍ଯ୍ୟନ୍ତ ସହଯୋଗ ଆନ୍ଦୋଳନ ଜାରି ରଖିବେ l ରାଜ୍ୟ ସରକାର ଜିଲ୍ଲା କନିଷ୍ଠ ସହାୟକଙ୍କ ବେତନ ଲେଭେଲ ୪ ରୁ ଲେଭେଲ୍ ୯ କୁ ବୃଦ୍ଧି ନ କଲେ, ଆଗାମୀ ଜୁନ ମାସରୁ ସମୂହ କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ କଣିହାଁ ବ୍ଲକ ତହସିଲର କନିଷ୍ଠ ସହାୟକ ସୁଦର୍ଶନ ନାୟକ, ଅନୀଲ କୁମାର ବେହେରା, ଦମୟନ୍ତୀ ସାହୁ, ସୁବାସିନି ପ୍ରଧାନ, ଅବନି ଚରଣ ବାରିକ, ସୁକାନ୍ତ କୁମାର ପ୍ରଧାନ, ସଂଗ୍ରାମ କେଶରୀ ନାୟକ, ଚୁମୁକି ସାହୁ ପ୍ରମୁଖ ସାମିଲ ହୋଇ ନିରବ ଆନ୍ଦୋଳନ ଚଳାଇଛନ୍ତି।
ଦରମା ବୃଦ୍ଧି ଦାବି: କଳାବ୍ୟାଚ ପରିଧାନ କଲେ କନିଷ୍ଠ ସହାୟକ କର୍ମଚାରୀ
- Post published:May 22, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul