ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଅନେକ ଗୁଡିଏ ଏପରି ବ୍ୟବସାୟିକ ଅନୁଷ୍ଠାନ ରହିଛି। ଯେଉଁମାନେ ବର୍ତ୍ତମାନ ନିଜର ଆୟକର ଫାଙ୍କିବା ପାଇଁ ନୁଆଁ ତରିକା ଆପଣେଇଛନ୍ତି। ପ୍ରାୟତଃ ସବୁ ସ୍ଥାନରେ “ୟୁପିଆଇ” ମାଧ୍ୟମରେ ପେମେଂଟ କରିବାକୁ ଗ୍ରାହକ ମାନେ ପସନ୍ଦ କରୁଛନ୍ତି। ଏପରି କରିବା ଦ୍ୱାରା ବର୍ତ୍ତମାନ ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି।
ଯାହା ଫଳରେ ସରକାରଙ୍କ ଠାରୁ ଆୟକର ଫାଙ୍କିବା ପାଇଁ କୌଣସି ବାଟ ରହୁନାହିଁ। ତେଣୁ କେତେକ ବଡ଼ ବଡ଼ ଦୋକାନ ପେଟ୍ରୋଲ ପମ୍ପ ଆଦିରେ ଆୟକର ଫାଙ୍କିବା ପାଇଁ ନୁଆଁ ତରିକା ବାଛୁଛନ୍ତି। ବ୍ୟବସାୟ କରିବା ପାଇଁ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି। ସେଥିରେ କୌଣସି ପ୍ରକାର ପଇସା ନେଣଦେଣ କରିବା ବଦଳରେ କର୍ମଚାରୀ ମାନଙ୍କ ଫୋନ ପେ ଆକାଉଣ୍ଟକୁ ପଇସା ଦେବାକୁ କହୁଛନ୍ତି। ଯାହା କି ସିଧା ସଳଖ ଆୟକର ବିଭାଗକୁ ବ୍ୟବସାୟୀ ମାନେ ଚକମା ଦେଖାଉଛନ୍ତି।
ପ୍ରତିଦିନ ଯେଉଁ କର୍ମଚାରୀଙ୍କ ଆକାଉଣ୍ଟକୁ ଯେତିକି ପରିମାଣ ଟଙ୍କା ଗଲା। ଦିନସରା ତାହାର ହିସାବ ଲେଖିବା ସହ ସନ୍ଧ୍ୟା ସୁଧା ଏହି ସବୁ ଟଙ୍କାକୁ ନଗଦ ଆକାରରେ ମାଲିକଙ୍କ ପାଖରେ ଦେବାକୁ ହେଉଛି। ମୁଖ୍ୟତଃ ତେଲ ଟାଙ୍କି ଗୁଡିକରେ ଫୋନ ପେ ବ୍ୟବସ୍ଥା ଥିଲେ ମଧ୍ୟ ଜାଣିଶୁଣି ଏହା କାମ କରୁନାହିଁ କହି କର୍ମଚାରୀଙ୍କ ଫୋନ ପେ କୁ ପଇସା ଦେବାକୁ ବାଧ୍ୟ କରାଯାଉଛି। ଏହା ଫଳରେ ଟାକ୍ସ ଫାଙ୍କିବାକୁ ବିରାଟ ଜାଲ ବିଛାଯାଉଥିବା ଚର୍ଚ୍ଚା ହେଉଛି।