ଶାଳୀକୁ ନେଇ ଭିଣୋଇ ଚମ୍ପଟ

You are currently viewing ଶାଳୀକୁ ନେଇ ଭିଣୋଇ ଚମ୍ପଟ

ଅନୁଗୁଳ: ଶାଳୀ ପ୍ରେମ ଏମିତି କିମିଆଁ କଲା ଯେ ନିଜ ସ୍ତ୍ରୀ ଓ କୁନି ଝିଅ କଥା ଭୁଲିଗଲେ ଯୁବକ। ଅବିବାହିତା ଶାଳୀଙ୍କ ସହ ସଂସାର କରିବାକୁ ତାଙ୍କୁ ଧରି ଚମ୍ପଟ ମାରିଲେ ଭିଣୋଇ। ଅନୁଗୁଳ ସହର ଉପକଣ୍ଠରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଳତାଡ ଆରମ୍ଭ କରିଛି । ଅଭିଯୋଗ ମୁତାବକ, ଅନୁଗୁଳ ସହର ଉପକଣ୍ଠ ସୁସୁଡା ଅଞ୍ଚଳର ଜଣେ ମହିଳା ତାଳଚେର ଅଞ୍ଚଳରେ ବିବାହ କରିଥିଲେ। ଉଭୟଙ୍କର ଏକ ୪ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି। ଏହାସତ୍ତ୍ୱେ ଯୁବକ ତାଙ୍କ ଶାଳୀଙ୍କୁ ନିଜ ପ୍ରେମ ଜାଲରେ ଫସାଇବା ପରେ ତାଙ୍କୁ ଧରି ଗତ ୨୪ ତାରିଖରୁ ଫେରାର ହୋଇଯାଇଛନ୍ତି। ସ୍ଵାମୀଙ୍କ ଏଭଳି କଳା କାରନାମା ପରେ ମହିଳା ଏନେଇ ଏସ୍‌ପିଙ୍କ ଦ୍ବାରସ୍ଥ ହେବା ସହ ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

Share

Leave a Reply