ଅନୁଗୁଳ: ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅନୁଗୁଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସମର୍ପଣ ଏକାଡେମୀର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଥାନା ଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ରାସ୍ତାରେ ନିୟମ ମାନି ଗାଡ଼ି ଚଳାଇବାକୁ ଚାଳକଙ୍କୁ ବୁଝାଇଥିଲେ। ଏଥିସହ ମଦ୍ୟପାନ କରି ଗାଡ଼ି ନ ଚଳାଇବା, ମୋବାଇଲରେ କଥା ହୋଇ ଗାଡ଼ି ନ ଚଳାଇବା, ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନି ଗାଡି ଚଲାଇବାକୁ ଅନୁରୋଧ କରିଥିଲେ। ନିୟମ ମାନି ଗାଡ଼ି ଚଲାଉଥିବା ଚାଳକଙ୍କୁ ଗୋଲାପ ଫୁଲ ଏବଂ ଚକଲେଟ ଦେଇ ସ୍ୱାଗତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ନୀତିଶ ଚନ୍ଦ୍ର ବେହେରା, ବରୁଣ କୁମାର ସାହୁ, ନିହାର ରଞ୍ଜନ ସାହୁଙ୍କ ସମେତ ଆଦର୍ଶ ଥାନାର ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସଡ଼କ ସୁରକ୍ଷା ମାସ ପାଳନ: ଗାଡ଼ି ଚାଳକଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ, ନିୟମ ମାନୁଥିବା ଲୋକଙ୍କୁ ଦେଲେ ଉପହାର
- Post published:January 5, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul




