ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ଦାବି: ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଆୟୋଜିତ

You are currently viewing ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ଦାବି: ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଆୟୋଜିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁଗୁଳ ସହର ଉପକଣ୍ଠରେ ଥିବା ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସାମ୍ନାରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା, ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାରର ଗଣତି, ମଣତି ଓ ଭଣ୍ଡାର ଘର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ ଆଦି ଦାବିରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୋକତୁଙ୍ଗା ଓ ରନ୍ତଲେଇ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ କୀର୍ତ୍ତନ କରିଥିବା ବେଳେ ସକାଳ ୯ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଅମ୍ବିକା ପ୍ରସାଦ ଭଟ୍ଟ, ପ୍ରଦେଶ କଂଗ୍ରେସ ସମ୍ପାଦିକା ନୀଳକମଲ ସେଠି, ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଉମେଶ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ନାଏକ, ଦୁଷ୍ମନ୍ତ ଦଳବେହେରା, ବଲବୀର ସିଂ, ସହଦେବ ବେହେରା, ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ, ଅନୁଗୁଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ, ରମେଶ ପ୍ରଧାନ, ଜଗନ୍ନାଥ ମହାଳିକ, ରାକେଶ ମିଶ୍ର, କସିଦା ଖାନ, ସଂଗ୍ରାମ ବେହେରା, ଛାତ୍ର ନେତା ପ୍ରଦ୍ୟୁମ୍ନ ସାହୁ, ଶିଶିର ପାଳ ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Share

Leave a Reply