ଅନୁଗୁଳ: ରୋଟାରୀ ପବ୍ଲିକ ସ୍କୁଲ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ରବିବାର ଏକ ସାରସ୍ୱତ ସମାରୋହ ଆୟୋଜିତ ହୋଇଯାଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ସମାରୋହକୁ ଉଦ୍ଘାଟନ କରିଥିଲେ।ସମାରୋହରେ ମୁଖ୍ୟ ଅତିଥି ରୂପେ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ଓଡ଼ିଆ ସାହିତ୍ୟର ସମୃଦ୍ଧ ପରମ୍ପରା ଏବଂ ସାହିତ୍ୟ ଆଜି ସମାଜକୁ କିଭଳି ପ୍ରଭାବିତ କରୁଛି ତାହା ବର୍ଣନା କରିଥିଲେ।ମୁଖ୍ୟ ବକ୍ତା ରୂପେ ପ୍ରାବନ୍ଧିକ କୁମୁଦ ଚନ୍ଦ୍ର ଦାସ ଯୋଗ ଦେଇ ସାମ୍ପ୍ରତିକ ସାହିତ୍ୟର ଧାରା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ ଧରଣୀଧର ନାଥ ଯୋଗ ଦେଇଥିଲେ। ଏକାଡେମୀ ଜିଲ୍ଳା ସଦସ୍ୟ ସଂଗ୍ରାମ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିବାବେଳେ ରାଧାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଏହାପରେ ଶିଶୁ ସାହିତ୍ୟ ଏବଂ ଶିଶୁ ମନସ୍ତତ୍ୱ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଡ଼ା ଶାନ୍ତନୁ ସର,ରବୀନ୍ଦ୍ରନାଥ ମାଝି, ମାନସ ରଞ୍ଜନ ସାମଲ,ଡ଼ା ଲଷ୍ମୀକାନ୍ତ ଖୁଣ୍ଟିଆ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଶେଷରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।ଲତିକା ମହାପାତ୍ର,କୁଳମଣି ମେହେର,ବୈରାଗୀ ମଲ୍ଲିକ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଆସର ରେ ୫୦ରୁ ଉର୍ଧ୍ବ କବି କବିତା ପାଠ କରିଥିଲେ। ସମାରୋହରେ ନନ୍ଦିନୀ ରାଉତ ଏବଂ ପ୍ରତିଭା ସାହୁଙ୍କ କବିତା ସଂକଳନକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।ନିରଞ୍ଜନ ପତି ଓ ଅରୁଣ କୁମାର ସାହୁ ସଭ। ପରିଚାଳନା ରେ ସହାୟତା କରିଥିଲେ ।
ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସମାରୋହ
- Post published:November 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul