ଅନୁଗୁଳ: ଦୀର୍ଘ ଦିନର ବିରାମ ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି ମଙ୍ଗଳ ବିଭାଗ ପକ୍ଷରୁ ନୋଟିଫିକେସନ୍ ନଂ ୧୦୯୯୦ ରେ ରାଜ୍ୟର ବିଭିନ୍ନ ଖାଉଟି ଅଦାଲତ ବା ମଞ୍ଚ ପାଇଁ ସଭାପତି ଓ ସଦସ୍ୟ ମନକୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଛି।ଏହି କ୍ରମରେ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପାଇଁ ସସ୍ମିତା କୁମାରୀ ରଥଙ୍କୁ ସଭାପତି ଏବଂ କନ୍ଧମାଳର ସୁଧାକର ସେନାପତିଙ୍କୁ ସଭ୍ୟ ଭାବେ ନିଯୁକ୍ତ ଦିଆଯାଇଛି। ସସ୍ମିତା ଓ ସୁଧାକରଙ୍କୁ ଶୁକ୍ରବାର ଓ ଶନିବାର ଅନୁଗୁଳରେ କାମ କରିବେ ଏବଂ ଅନ୍ୟ ଦିନମାନଙ୍କରେ ଢେ଼ଙ୍କାନାଳ ଖାଉଟି ମଞ୍ଚର ଦାୟିତ୍ଵ ନେବେ। ଏଠାରେ ସୂଚନା ଯୋଗ୍ୟ ଯେ, ସସ୍ମିତା କୁମାରୀ ପୂର୍ବରୁ ଅନୁଗୁଳ ଖାଉଟି ମଞ୍ଚର ସଭ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ। ସଭାପତି ପଦ ଖାଲି ପଡ଼ିଥିବାରୁ ଖାଉଟି ଅଦାଲତରେ ଶହଶହ ମାମଲା ଗଡୁ ଥିଲା।
ସସ୍ମିତା ରଥ ଖାଉଟି ଅଦାଲତର ସଭାପତି
- Post published:August 23, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul