ଶାଶୁ ବୋହୂ ସମ୍ମିଳନୀ ଆୟୋଜିତ: ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ନେଇ ସଚେତନତା

You are currently viewing ଶାଶୁ ବୋହୂ ସମ୍ମିଳନୀ ଆୟୋଜିତ: ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ନେଇ ସଚେତନତା

ଅନୁଗୁଳ: ଶାଶୁ- ବୋହୂଙ୍କ ମଧ୍ୟରେ ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଜଗନ୍ନାଥପୁର ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଠାରେ ଆୟୋଜିତ ହୋଇଛି। ଏ ଅବସରରେ ଗର୍ଭାବସ୍ଥାର ଯତ୍ନ, ପ୍ରସବ ସମୟରେ ଦାୟିତ୍ଵ, ପ୍ରସବ ପରବର୍ତ୍ତୀ ଯତ୍ନ ଉପରେ ଶାଶୁ-ବୋହୂଙ୍କୁ ସ୍ବାସ୍ଥ୍ୟ ସଚେତନତା ସହ ସରକାରଙ୍କ ତରଫରୁ ଉପଲବ୍ଧ ସ୍ଥାୟୀ-ଅସ୍ଥାୟୀ ଗର୍ଭନିରୋଧ ପଦ୍ଧତି ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଶାଶୁ ଓ ବୋହୂମାନେ ନିଜ ନିଜର ମତ ରଖିଥିଲେ। ଶେଷରେ ସେମାନଙ୍କ ମଧ୍ୟରେ କୁଇଜ ଓ କୌତୁକ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ବନିତା ମହାଳିକ, ସ୍ବାସ୍ଥ୍ୟକର୍ମୀ ସିଦ୍ଧାନ୍ତ ପ୍ରଧାନ, ରଶ୍ମିତା ନାୟକ, ନର୍ସିଂ ଅଧିକାରୀ ସୁଭଦ୍ରା ଜେନା, ଫାର୍ମାସୀ ଅଧିକାରୀ ଅଜିତ କୁମାର ସାହୁ, ଏମବିକେ ଝୁନୁଲତା ସାହୁ, ଆଶାକର୍ମୀ କାଞ୍ଚନ ପ୍ରଧାନ, ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply