ଘରପୋଡି ପରିବାରକୁ ସହାୟତା

You are currently viewing ଘରପୋଡି ପରିବାରକୁ ସହାୟତା

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଥାନା ବସଲା ପଞ୍ଚାୟତ ଭେରୁବଣିଆ ସାହିର ଘର ପୋଡ଼ି ଯାଇଥିବା ଗରିବ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି। ସୂଚନା ମୁତାବକ, ଗାଁର କନ୍ଦାରୁ ବବ୍ରୁତିଙ୍କ ଦୁଇ ବଖରା ଚାଳଘର ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଦ୍ବାରା ପୋଡି ଯାଇଥିଲା। ଅନୁଗୁଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ପକ୍ଷରୁ ସଭାପତି ସିଦ୍ଧାର୍ଥ ପ୍ରଧାନ ଏବଂ ସହଯୋଗୀ ଅବନୀ ପ୍ରଧାନଙ୍କ ସହଯୋଗରେ କନ୍ଦାରୁଙ୍କ ପରିବାର ପାଇଁ କିଛି ଅତ୍ୟାବଶ୍ୟକ ରାସନ ସାମଗ୍ରୀର ସହାୟତା ପ୍ରଦାନ କରାଯାଇଛି। ଏ ସମସ୍ୟାର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ ନିବେଦନ କରାଯାଇଅଛି।

Share

Leave a Reply