ସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ

You are currently viewing ସାତକୋଶିଆ ସାମ୍ବାଦିକ ସ˚ଘର ବୈଠକ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ସାତକୋଶିଆ ସାମ୍ବାଦିକ ସ˚ଘର ବାର୍ଷିକ ସାଧାରଣ ବୈଠକ ରବିବାର ଲକ୍ଷ୍ମଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ସ˚ଘ ସଭାପତି ଦିନେଶ ଦେହୁରୀ ବୈଠକରେ ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସୌରଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସହ ସ˚ଘର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଦିନେଶ ଦେହୁରୀଙ୍କୁ ପୁଣି ସଭାପତି, କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ସୌରଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୁନିଲ୍‌ କୁମାର ସାହୁ, ଉପସଭାପତି ରାଜେନ୍ଦ୍ର ପ୍ରଧାନ ଓ ଅମୀର ପ୍ରଧାନ, ସହସମ୍ପାଦକ ପ୍ରଭାତ କୁମାର ବେହେରା ଓ ରତିକାନ୍ତ ରାଉତଙ୍କୁ ଚୟନ କରାଯାଇଥିଲା। କାମଦେବ ଦେହୁରୀ ସ˚ଘର ଉପଦେଷ୍ଟା ମନୋନୀତ ହୋଇଥିଲେ।

Share

Leave a Reply