ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ

0

ଅନୁଗୁଳ: ଅନୁଗୁଳ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଆମ୍ବୁଜ କୁମାର ଗଡ଼ନାୟକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପ୍ରଧାନ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ। ବିଚାରକ ଭାବେ ଭାରତୀ ପଟ୍ଟନାୟକ ଓ ବିଜୟ କୁମାର ଧୀର ଯୋଗ ଦେଇଥିଲେ।

ବିଜ୍ଞାନ କୁଇଜରେ ବରିଷ୍ଠ ବିଭାଗରେ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ର ମନୀଷ ସାହୁ ଓ କନିଷ୍ଠ ବିଭାଗରେ ପି.ଟି.ସି ନୋଡାଲ ବିଦ୍ୟାଳୟର ପ୍ରାଚୂର୍ଯ୍ୟ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି। ସେହିପରି ଶିଶୁ ବିଜ୍ଞାନ କଂଗ୍ରେସରେ ବନ୍ତଳା ନୋଡାଲ ବିଦ୍ୟାଳୟର ପ୍ରଭୁଦତ୍ତ ସାହୁ ଓ ସୁଶ୍ରୀ ସୌମ୍ୟ ରେଖା ଦେହୁରୀ ପ୍ରଥମ ସ୍ଥାନ, ଡି.ଏ.ଭି ପବ୍ଳିକ ବିଦ୍ୟାଳୟ, କଳିଙ୍ଗର ଅଭିଜିତ ସାହୁ ଓ ମଧୁମିତା ସାହୁ ଦ୍ବିତୀୟ ସ୍ଥାନ ତଥା ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଓମ୍ ସୃଷ୍ଟି ସ୍ୱରୂପ ପ୍ରଧାନ ଓ ମନୀଷ ସାହୁ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!