ଭି୨ ସପିଙ୍ଗ ମଲ ସମେତ ୩ ଦୋକାନ ସିଲ

0

ଅନୁଗୁଳ: ପୌରପାଳିକା ଯେତେ ଚେତାବନୀ ଦେଲେବି ଅମାନିଆ ଦୋକାନୀ ସେସବୁକୁ ଖାତର କରୁନାହାନ୍ତି। ଦୋକାନ ସାମନାରେ ଅଳିଆ ଗଦାଇବା ଓ ଟ୍ରେଡ଼ ଲାଇସେନ୍ସ ନକରିବା ହେତୁ ଆଜି ଅପରାହ୍ନରେ ଅନୁଗୁଳ ପୌରପାଳିକା ପକ୍ଷରୁ ଲଷ୍ମୀ ବଜ଼ାରରେ ଥିବା ଭି୨ ସପିଙ୍ଗ ମଲକୁ ସିଲ କରାଯାଇଛି।

ସେହିଭଳି ଟ୍ରେଡ଼ ଲାଇସେନ୍ସ ନଥାଇ ବେପାର କରୁଥିବାରୁ ଶୀତଳ ପ୍ଲାଜ଼ା ନିକଟରେ ଥିବା ଗୋଟିଏ ମାର୍ବଲ ଦୋକାନ ଓ ଏକ ମୋବାଇଲ ଦୋକାନକୁ ସିଲ କରାଯାଇଛି। ପୋୖର ଆଇନ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ବୋଲି ପୋୖର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.

error: Content is protected !!