ଶୈଳଶ୍ରୀ କ୍ଷେତ୍ରରେ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ଆଜି ସେବକଙ୍କ କୋଭିଡ୍ ପରୀକ୍ଷା

You are currently viewing ଶୈଳଶ୍ରୀ କ୍ଷେତ୍ରରେ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର, ଆଜି ସେବକଙ୍କ କୋଭିଡ୍ ପରୀକ୍ଷା

ଅନୁଗୁଳ: କରୋନା କଷଣ ଜାରି ରହିଛି। ବିପତ୍ତି ଟଳିନଥିବାରୁ ଏଥର ବି ପରଦା ପଛରେ ହେବ ବିଶ୍ଵନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ଦାରୁଦିଅଁମାନଙ୍କୁ ଦେଖିବାର ମଉକା ହରାଇବେ ଭକ୍ତ । ଭଗବାନଙ୍କ ଦିବ୍ୟରୂପ ଦର୍ଶନରୁ ବଞ୍ଚିତ ହୋଇ ପୁଣି ଅତୃପ୍ତ ରହିବ ଭକ୍ତ ପ୍ରାଣ । ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ଶେଷ କରିବାକୁ ଶୈଳଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଚାଲିଛି। ସ୍ନାନ ମଣ୍ଡପରେ ଟେଣ୍ଟ ଭିଡା ଜାରି ରହିଛି। ଶ୍ରୀଜିଉଙ୍କ ମହାସ୍ନାନ ସେବା ପାଇଁ ମୋଟ୍‌ ୯୬ ଜଣ ସେବକ ଆବଶ୍ୟକ । ତେଣୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଆଜି ସମସ୍ତଙ୍କ କୋଭିଡ୍ ପରୀକ୍ଷା ହେବ। ଆର୍‌ଟିପିସିଆର୍ ଟେଷ୍ଟରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ ସେମାନଙ୍କୁ ନେଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ସମାପନ କରାଯିବ । ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହେମନ୍ତ ଦାଶ ସୂଚନା ଦେଇଛନ୍ତି ।

Share

Leave a Reply