୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଡିଆଇଜି

You are currently viewing ୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଡିଆଇଜି

ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍ ୨୦୨୩। ଏହି ଚାମ୍ପିୟନସିପ୍ ରବିବାର ପର୍ଯ୍ୟନ୍ତ ଚାଲିବ।
ଶୁକ୍ରବାର ଓ ଶନିବାର ହୋଇଥିବା ସାଣ୍ଡା ପ୍ରତିଯୋଗିତାରେ ୧୨ ବର୍ଷରୁ କମ ବାଳିକା ବିଭାଗରେ ବଲାଙ୍ଗୀରର ସୁହାନି ଗୁରୁହାଣ୍ଡି, ନୂଆପଡାର ସାନିୟା ସାହୁ, କେନ୍ଦୁଝରର ପାୟଲ ମହାନ୍ତ, ସୁମନ ପାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସୁନ୍ଦରଗଡ଼ର ସମରିଦ୍ଧି ସିଂହ ଓ ସୁପ୍ରିୟା ସେଠୀ, ଅନୁଗୁଳର ସୋନାକ୍ଷୀ ସାହୁ ଏବଂ ଶିବାନୀ ମିଶ୍ର ସିଲଭର ପଦକ ହାସଲ କରିଛନ୍ତି। ସେହିପରି ଖୋର୍ଦ୍ଧାର ସାଇଶ୍ରୀ ନାହାକ, ଅନୁଗୁଳର ମୁସ୍କାନ ପ୍ରିୟଦର୍ଶିନୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
୨୪ ବର୍ଷରୁ କମ ବାଳକ ବିଭାଗରେ କେନ୍ଦୁଝର ଶିବ ମୁଣ୍ଡା, ରମେଶ ମୁଣ୍ଡା, ବରଗଡ଼ର ସାଇ ଆର୍ଯ୍ୟନ ବିଷୋୟୀ, ଖୋର୍ଦ୍ଧାର ରାହୁଲ ଘଡେଇ ଓ ଆଶିଷ ଧୀରଦେଓ ସାମନ୍ତ, ବରଗଡ଼ର ଅମୀର ଅହମଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ସେହିପରି ସାତ ବର୍ଷରୁ କମ ବାଳକ ବିଭାଗରେ ଖୋର୍ଦ୍ଧାର ଅଂଶୁମାନ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବାଳିକା ବିଭାଗରେ ଅନୁଗୁଳର ମନସାଇ ମନସ୍ମିତା ସ୍ୱର୍ଣ୍ଣ ପଦକ ପାଇଛନ୍ତି।

ସେହିପରି ୧୨ ବର୍ଷରୁ କମ ବାଳକ ବିଭାଗରେ କେନ୍ଦୁଝରର ରାମ ମୁଣ୍ଡା, ସିଓନ ମହାନ୍ତ, ୟାଗେଶ୍ୱର ମହନ୍ତ, ଓମ ବହାଦୁର, ହିତାକ୍ସ କର୍ମାକର, ଅନୁଗୁଳର ଆର୍ଯ୍ୟମାନ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଅନ୍ୟପଟେ ୧୨ବର୍ଷରୁ କମ ବାଳିକା ବିଭାଗରେ କେନ୍ଦୁଝରରୁ ଶିବାନୀ ମୁଣ୍ଡା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଶନିବାର ଆୟୋଜିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ଡେପୁଟି କଲେକ୍ଟର ମଧୁସ୍ମିତା ବିଶି ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୩୯୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ, ଅନୁଗୁଳ ଜିଲ୍ଲା ୟୁଷୁ ସମ୍ପାଦକ ସୁଶାନ୍ତ ନାୟକ ଏହି ଚାମ୍ପିୟନ ସିପକୁ ପରିଚାଳନା କରୁଛନ୍ତି।

Share

Leave a Reply