ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ୬୪ଟି ପ୍ରାକ୍ ମୋକଦମା ଜନିତ ମାମଲାର ଫଇସଲା କରାଯାଇଥିଲା। ସେଥି ମଧ୍ୟରୁ ୬୧ଟି ବ୍ୟାଙ୍କ ସମ୍ପର୍କିତ ମାମଲାର ଫଇସଲା କରାଯାଇ ୧୪ଲକ୍ଷ ୩୮ହଜାର ୧୦୦ ଟଙ୍କାରେ ସମାଧାନ କରାଯାଇଥିଲା। ୩ଟି ଜନ ଉପଯୋଗୀ ସେବା ମାମଲାର ଫଇସଲା କରାଯାଇଥିଲା। ସେହିପରି ୩୭୮ଟି ବିଚାରଧିନ ମାମଲାର ଫଇସଲା କରାଯାଇଥିଲା। ସେଥୁମଧ୍ୟରୁ ୨୨ଟି ମୋଟର ଜାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧କୋଟି ୧୧ଲକ୍ଷ ୫୫ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୧୫ଟି ଚେକ ବାଉନ୍ସ ମାମଲା ଏବଂ ୬୩ଟି ଦେୱାନୀ ମାମଲାର ସମାଧାନ କରାଯାଇଥିଲା। ୬ଟି ବିଚାରଧିନ ବ୍ୟାଙ୍କ ସମ୍ପର୍କିତ ମାମଲା ୧୨ଟି ପାରିବାରିକ ମାମଲା(ଛାଡପତ୍ର ବ୍ୟତୀତ), ୨୬୦ଟି ଫୌଜଦାରୀ ମାମଲାର ସମାଧାନ କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ତାଳଚେର, ଆଠମଲିକ, ପାଲଲହଡା, ଛେଣ୍ଡିପଦା ଓ ବଅଁରପାଳରେ ଥିବା ଅଦାଲତ ଗୁଡିକ ଅଂଶ ଗ୍ରହଣ କରିଥିଲେ।
ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପିକେ ପାତ୍ରଙ୍କ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତଟି ଅନୁଷ୍ଠିତ ହୋଇଥିଲା। ଏହି ଲୋକ ଅଦାଲତଟିରେ ଅନୁଗୁଳ ଅଦାଲତର ବିଚାରପତିଗଣ, ସରକାରୀ ଓକିଲ, ଅନୁଗୁଳ କୋର୍ଟର ଆଇନଜୀବୀ, କୋର୍ଟ, ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣ ଓ ବିଭିନ୍ନ ବ୍ୟାଙ୍କର କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ସରକାରଙ୍କ ସମସ୍ତ ପ୍ରକାରର କାରୋନା ନିୟମ ଓ କଟକଣା କୁ ଅବଲମ୍ବନ କରି ଏହି ଲୋକ ଅଦାଲତଟି ଆୟୋଜନ କରାଯାଇ ଥିଲା। ଏହି ଲୋକ ଅଦାଲତଟିକୁ ସଚିବ ଜିଲ୍ଲା ଆଇନସେବା ପ୍ରାଧ୍ୟାକରଣ ପରିଚାଳନା କରିଥିଲେ।