ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ସଫଳତାର ଗୁରୁମନ୍ତ୍ର

You are currently viewing ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ସଫଳତାର ଗୁରୁମନ୍ତ୍ର

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର କ୍ୟାରିୟର କାଉଁନ୍ସେଲିଂ ଆଣ୍ଡ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ୟୁନାଇଟେଡ ସ୍କୁଲ ଅଫ୍ ବିଜନେସ ମ୍ୟାନେଜମେଣ୍ଟ ର ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ କଲେଜର ପ୍ରିନ୍ସିପାଲ ଡ଼ା ବସନ୍ତ କୁମାର ସାହୁ କ୍ୟାରିଅରରେ ସଫଳତାର ଗୁରୁମନ୍ତ୍ର କଣ ଏବଂ ଏହାକୁ କିଭଳି ହାସଲ କରିବାକୁ ହୁଏ ଡ଼ା ସାହୁ ତାହା ପିଲା ମାନଙ୍କୁ ବୁଝାଇଥିଲେ। ବିଭାଗର ମୁଖ୍ୟ ତଥା ସଂଯୋଜିକା ସୁଜ୍ଞାନୀ ରଥ ଛାତ୍ରଛାତ୍ରୀ ମାନଙ୍କୁ ସ୍ନାତକ ପାସ୍ ପରେ କିଭଳି ଉତ୍ତମ କ୍ୟାରିୟର ଗଢା ଯାଇପାରିବ ତାହା ବୁଝାଇଥିଲେ । ଶେଷରେ ଡ଼ା କେସି ଦିଗାଲ ଧନ୍ୟବାଦ୍ ଦେଇଥିଲେ।

Share

Leave a Reply