କିଶୋରନଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

You are currently viewing କିଶୋରନଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସ୍ଥାନୀୟ ତହସିଲଦାର ବିକ୍ରମ କେଶରୀ ନାୟକ ଯୋଗଦେଇ ଛାତ୍ରୀଙ୍କୁ ସ୍ୱାବଲମ୍ବୀ ଏବଂ ଶାରୀରିକ ଓ ମାନସିକ ସ୍ତରରେ ସାହସୀ ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମ ଅଧିକାରୀ ବୀଣାପାଣି ସାହୁଙ୍କ ତତ୍ୱାବଧାନରେ ଆଠ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମକୁ ପ୍ରଶିକ୍ଷୀକା ପ୍ରିୟଦର୍ଶିନୀ ପ୍ରଧାନ ଛାତ୍ରୀମାନଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଦେଇଥିଲେ। ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ଛାତ୍ରୀଙ୍କୁ ସେମାନଙ୍କ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ କହିଥିଲେ। ଛାତ୍ରୀ ତୃପ୍ତିମୟୀ ପ୍ରଧାନ ଓ ଶୁଭସ୍ମିତା ମହାନ୍ତି କୌଶଳ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଛାତ୍ରୀମାନଙ୍କୁ ଅଂଶୀଦାରିତା ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରୁଚିସ୍ମିତା ପରିଡା, ଶୁଭଶ୍ରୀ ବିଶ୍ୱାଳ ଯୋଗ ଦେଇଥିଲେ। ଶେଷରେ ଅଧ୍ୟାପିକା ରୋଜାଲିନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply