ବଅଁରପାଳ: ବଅଁରପାଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ମହିଳା ଶିଶୁ ବିକାଶ ଦ୍ଵାରା ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଇଛି। ସ୍ଥାନୀୟ କୁକୁଡ଼ାଙ୍ଗ ହରିହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଅଁରପାଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲିଲି ଦାଶଙ୍କ ତତ୍ତ୍ଵାବଧାନରେ ୭୦ରୁ ଊର୍ଦ୍ଧ୍ଵ ବାଳିକା ପ୍ରଶିକ୍ଷଣ ନେଇଥିଲେ। ପ୍ରଶିକ୍ଷିକା ସ୍ନିଗ୍ଧାରାଣୀ ଦାଶ, ଜୟଲକ୍ଷ୍ମୀ ଦାଶ ପିଲାଙ୍କୁ ତାଲିମ ଦେଇଥିଲେ। ବାଳିକାମାନେ କିପରି ବିପଦ ବେଳେ ନିଜ ସୁରକ୍ଷା କରିପାରିବେ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିଭା ମଣ୍ଡଳଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ।
ଝିଅମାନେ ନିଜକୁ ନିଜେ ଦେବେ ସୁରକ୍ଷା: ବଅଁରପାଳରେ କିଶୋରୀ ବାଳିକାଙ୍କୁ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ
- Post published:January 2, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


