“ଚେତନା” ପକ୍ଷରୁ ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ନେଇ କର୍ମଶାଳା

You are currently viewing “ଚେତନା” ପକ୍ଷରୁ ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ନେଇ କର୍ମଶାଳା

ଅନୁଗୁଳ: ମାରୱାଡ଼ି ଯୁବ ଭବନ ଠାରେ ସ୍ବେଚ୍ଛାସେବୀ ସଂଗଠନ ଚେତନା ଏ ମିଶନ ପକ୍ଷରୁ ସ୍ବାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ବାର୍ଦ୍ଧକ୍ୟରେ ଅସ୍ଥିର ସୁରକ୍ଷା ବିଷୟ ଉପରେ ଆୟୋଜିତ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ ଅନୁଗୁଳ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ। ବାର୍ଦ୍ଧକ୍ୟରେ ଅସ୍ଥି  ସୁରକ୍ଷାର ଆବଶ୍ୟକତା ଉପରେ ସେ ମତାମତ ଦେଇଥିଲେ କର୍ମଶାଳାରେ ମୁଖ୍ୟ ବକ୍ତା ରୂପେ ରାଜ୍ୟ ଅସ୍ଥିଶଲ୍ୟ ଡାକ୍ତର ସଂଘର ସମ୍ପାଦକ ପ୍ରଫେସର ସତ୍ୟରଞ୍ଜନ ପାତ୍ର ଯୋଗ ଦେଇ ବୁଢ଼ା ବୟସରେ ଲୋକମାନେ ଅସ୍ଥିର ସୁରକ୍ଷା ନେଇ କିଭଳି ପ୍ରତିକାର କରିବେ ଏବଂ ପଡ଼ିବାରୁ ରକ୍ଷା ପାଇବା ପାଇଁ କିଭଳି ସାବଧାନତା ଅବଲମ୍ବନ କରିବେ ସେଥିନେଇ ବିସ୍ତୃତ ଆଲୋଚନା କରିଥିଲେ।

ଅସ୍ଥିର ଘନତ୍ଵ ମାପିବା,କ୍ୟାଲସିୟମ କମ ଥିଲେ ଭିଟାମିନ ସେବନ କରିବା,ଘର ଭିତରେ ଚଟାଣକୁ ଅଧିକ ମସୃଣ ନକରିବା,ଘର ବାହାର, ସିଡ଼ିଘର ଆଦିକୁ ଆଲୋକିତ ରଖିବା,ଗାଧୁଆ ଘର ଚଟାଣରେ ନନ୍ ସ୍ଲିପ ମ୍ୟାଟ ପକାଇବା ସହ ଉପଯୁକ୍ତ ଚପଲ ବ୍ୟବହାର କରିବା,ନିଦ ଭାଙ୍ଗିଲେ ହଠାତ୍ ନ ଉଠିବା ଉପରେ ପରାମର୍ଶ ଦେଇଥିଲେ। ଏସବୁ ସତ୍ତ୍ୱେ କୌଣସି କାରଣରୁ ପଡିଗଲେ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ପିଏମପି ମେଡିକାଲ କଲେଜର ସୁପରିନଟେଣ୍ଡେଣ୍ଟ ଡ଼ା ତରଙ୍ଗିଣୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚେତନା ସଂସ୍ଥାର ମୁଖ୍ୟ ବାଣୀ ଦେବ ସଂସ୍ଥାର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଉଲ୍ଲେଖ କରିଥିଲେ। ବହୁ ଡାକ୍ତର ଓ ବରିଷ୍ଠ ନାଗରିକ କର୍ମଶାଳାରେ ଯୋଗ ଦେଇଥିଲେ।

Share

Leave a Reply