ଅନୁଗୁଳ: ଭୁବନେଶ୍ୱର ସେଣ୍ଟ୍ରାଲ ଇନଟେଲିଜେନ୍ସ ବ୍ୟୁରୋର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପୀନାଥ ପାତ୍ରଙ୍କ ଅଂଶୁଘାତରେ ଶନିବାର ମୃତ୍ୟୁ ହୋଇଥିବା ପରିବାରପକ୍ଷରୁ ଅଭିଯୋଗ ହେଇଛି। ସୂଚନା ମୁତାବକ, ସେ ଶନିବାର ସକାଳେ ଭୁବନେଶ୍ୱରରୁ ଏକ ସ୍କୁଟରରେ ଅନୁଗୁଳ ରାଣୀଗୋଡ଼ାରେ ଥିବା ଶ୍ୱଶୁର ଘରକୁ ଆସୁଥିଲେ। ଦିନ ପ୍ରାୟ ସାଢ଼େ ୧୧ଟା ବେଳକୁ ସାତମାଇଲ ନିକଟରେ ତାଙ୍କ ମୁଣ୍ଡ ବୁଲାଇଥିଲା। ସେ ଏକଗଛ ମୂଳରେ ବସି ବାଟୋଇଙ୍କୁ ପାଣି ମାଗିଥିଲେ। ସ୍ଥାନୀୟଲୋକେ ତାଙ୍କୁ ପାଣି ଦେଇ ଗାଡି କରି ନିକଟସ୍ଥ ହାତୁରା ଚିକିତ୍ସାଳୟ ପଠାଇଥିଲେ। ସେଠାରେଡାକ୍ତର ତାଙ୍କୁ ଅଂଶୁଘାତ ସନ୍ଦେହ କରି ଅଧିକ ଚିକିତ୍ସା ପାଇଁ ଅନୁଗୁଳ ପଠାଇଥିଲେ। କିନ୍ତୁ ବାଟରେ ତାଙ୍କର ମୃତ୍ୟୁଘଟିଥିଲା। ଖବର ପାଇ ପରିବାର ଲୋକେ ଅନୁଗୁଳ ଡାକ୍ତରଖାନାରେ ପହଞ୍ଚିଥିଲେ। ଶବ ବ୍ୟବଛେଦ ପରେ ସ୍ଥାନୀୟ କରଡାଗାଡିଆ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁ ବେଳକୁ ଗୋପୀନାଥଙ୍କୁ ୫୯ ବର୍ଷ ହୋଇଥିଲା।
ଅଂଶୁଘାତରେ ବରିଷ୍ଠ ଗୋଇନ୍ଦା ଅଧିକାରୀଙ୍କ ମୃତ୍ୟୁ
- Post published:May 22, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul