ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ମଙ୍ଗବାରଠାରୁ ନିର୍ବାଚନ ସାମଗ୍ରୀ ବିତରଣ କାର୍ଯ୍ୟ ଆରମ୍ଭ ହେବ। ପୁଲିଂ ପାର୍ଟି ଏହି ସାମଗ୍ରୀ ସବୁ ଗ୍ରହଣ କରି ବୁଥରେ ପହଞ୍ଚିବେ । ତେବେ ଜିଲ୍ଲାରେ ମୋଟ୍ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ୩୦୨୮ଟି ବୁଥରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଭୋଟ୍ କାର୍ଯ୍ୟ ପରିଚାଳନା ପାଇଁ ୧୮୩୦ ପ୍ରିଜାଇଡିଂ ଅଫିସର, ୩୦୬୦ ଜଣ ପୁଲିଂ ଅଫିସର ନିୟୋଜିତ କରାଯାଇଛି। ସେହିପରି ଜିଲ୍ଲାରେ ଥିବା ସମ୍ବେଦନଶୀଳ ବୁଥ୍ଗୁଡିକରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଅନୁଗୁଳ ବ୍ଲକର ୬୪ଟି ଓ ବଅଁରପାଳ ବ୍ଳକର ୭୬ଟି ଉତ୍ତେଜନାମୂଳକ ବୁଥରେ ସିସିଟିଭି ଖଞ୍ଜାଯିବା ସହ ଅଧିକ ପୁଲିସ୍ ମୁତୟନ କରାଯିବ। ପ୍ରତି ବ୍ଳକରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ସୁସଜ୍ଜିତ ପିଙ୍କ୍ ବୁଥ୍ ପ୍ରତିଷ୍ଠା ହୋଇଛି। ଏହି ପିଙ୍କ୍ ବୁଥ୍ରେ ମହିଳା ପ୍ରିଜାଇଡିଂ ଅଫିସର ଓ ମହିଳା ପୁଲିଂ ଅଫିସର ନିୟୋଜିତ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ବାରିକ ପ୍ରକାଶ କରିଛନ୍ତି । ନିର୍ବାଚନର ସମସ୍ତ ପ୍ରକ୍ରିୟାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିଜେ ତଦାରଖ କରୁଥିବା ବେଳେ ସମସ୍ତ ଉପଜିଲ୍ଲାପାଳ, ବିଡିଓ ଓ ତହସିଲ୍ଦାରମାନେ ଏହାକୁ ପରିଚାଳନା କରୁଛନ୍ତି । ନିୟୋଜିତ ୨ ଜଣ ପର୍ଯ୍ୟବେକ୍ଷକ ଏହି ପ୍ରକ୍ରିୟାକୁ ଯାଞ୍ଚ କରୁଛନ୍ତି ।
ସିସିଟିଭି ନଜରରେ ସମ୍ବେଦନଶୀଳ ବୁଥ୍
- Post published:February 15, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

You Might Also Like
Irish unemployment revisions suggest more labour market slack

୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ‘ଭାରତରେ ଗରୀବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’
