ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୮୦ ହଜାର ଟଙ୍କା ଜରିମାନା

You are currently viewing ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୮୦ ହଜାର ଟଙ୍କା ଜରିମାନା
Law Judge Gavel And Legality Symbol

ଅନୁଗୁଳ: ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଅନୁଗୁଳ ଫା‌ଷ୍ଟଟ୍ରାକ୍‌ ଆଡହକ୍‌ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୮୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ତାକୁ ଅତିରିକ୍ତ ଦେଢ଼ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ହୋଇଛି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ଛାତ୍ରୀ ୨୦୧୭ ଅକ୍ଟୋବର ୮ ତାରିଖରେ ଅନୁଗୁଳ ସହରକୁ ଲକ୍ଷ୍ମୀପୂଜା ଦେଖିବା ସହ ବହି କିଣିବା ପାଇଁ ଆସିଥିଲେ। ଏହି ସମୟରେ ବାଗେଡ଼ିଆ ଥାନା ଖମାର ଗାଁର ମଣ୍ଟୁ ନାଏକ(୩୦) ତାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ନିଶା ଥାନାରେ ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପରେ ପୋଲିସ କଟକ ପୁରୀଘାଟ ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାର ବିଚାର ଫା‌ଷ୍ଟଟ୍ରାକ୍‌ ଆଡହକ୍‌ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ବିରଞ୍ଜି ନାରାୟଣ ମିଶ୍ର କରୁଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ମାମଲାକୁ ସରକାରଙ୍କ ପକ୍ଷରୁ ପ୍ରଦୀପ କୁମାର ଭୂତିଆ ପରିଚାଳନା କରୁଥିଲେ।

Share

Leave a Reply