ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସମବାୟବିତ୍ ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ସପ୍ତଦଶତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ସଭାଘର ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ, ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ନାରାୟଣ ପାଣି, ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ, ପୂର୍ବତନ ବିଧାୟକ ମୁକେଶ କୁମାର ପାଲ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ମହେନ୍ଦ୍ର ବସ୍ତିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଆଠମଲ୍ଲିକର ବରିଷ୍ଠ ବିଜେଡି ନେତା ଭାଗୀରଥି ପ୍ରଧାନ, ବରିଷ୍ଠ ସାମାଜିକ କର୍ମୀ କୁଞ୍ଜ ବିହାରୀ ଦାସ ଏବଂ ପୂର୍ବତନ ମନ୍ତ୍ରୀ ପୂର୍ବତନ ଉପ ବାଚସ୍ପତି ତଥା ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ ଉପସ୍ଥିତ ଥିଲେ।
ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଅତିଥିମାନେ ଅଦ୍ଵୈତ ବାବୁଙ୍କ ସହିତ ଜଡ଼ିତ ବିଭିନ୍ନ ଅନୁଭୂତି ବଖାଣିଥିଲେ। ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅରୁଣାଭ ସିଂହ, ରାଜୀବ ଲୋଚନ ଦାସଙ୍କ ସମେତ ବିଜୁ ଛାତ୍ର ଓ ଯୁବ ଜନତା ଦଳର ସଦସ୍ୟ ସଭା ପରିଚାଳନା କରିଥିଲେ।