ମାର୍ଚ୍ଚରୁ ଉପର ମୁହାଁ ପାରଦ : ୧୬ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ

You are currently viewing ମାର୍ଚ୍ଚରୁ ଉପର ମୁହାଁ ପାରଦ : ୧୬ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ବର: ମାର୍ଚ୍ଚରୁ ଆରମ୍ଭ ହେଲାଣି ଖରା। ଆସନ୍ତାକାଲି ଯାଏଁ ତାତିରୁ ନିସ୍ତାର ନାହିଁ। ୧୬ ତାରିଖ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଟପିବା ଆଶଙ୍କା ରହିଛି।

ଅନ୍ୟପଟେ ଆଜି ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ବା ପ୍ରବଳ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବା ବେଳେ, ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରାଯାଇଛି।

ଆଇଏମ୍‌ଡି ପକ୍ଷରୁ ଆଗାମୀ ୫ ଦିନ ପାଇଁ ହିଟଓ୍ବେଭ୍ ନେଇ ସତର୍କ ଜାରି ହୋଇଥିବା ବେଳେ ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ୯ ଜିଲ୍ଲାକୁ କେନ୍ଦୁଝର, ବରଗଡ଼, ବାଲେଶ୍ବର, ଗଜପତି, ସବୁର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ ଓ କଳାହାଣ୍ଡି ଏବଂ ଭଦ୍ରକକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୧୮ ତାରିଖ ଯାଏଁ ଆଭ୍ୟନ୍ତରୀଣ ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Share

Leave a Reply