ଶକ୍ତିଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିଜେଡିକୁ ଅଡ଼ୁଆ

You are currently viewing ଶକ୍ତିଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିଜେଡିକୁ ଅଡ଼ୁଆ

ଅନୁଗୁଳ: ଚଳିତ ବିଧାନ ସଭା ଓ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ବରିଷ୍ଠ ନେତା ଶକ୍ତି‌ ପଟ୍ଟନାୟକଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ଖାଲି ଚର୍ଚ୍ଚା ନୁହଁ ବିଜେଡିକୁ ଏକପ୍ରକାର ଅଡ଼ୁଆରେ ପକାଇଦେଇଛନ୍ତି। ଶକ୍ତି ବାବୁ କଲେଜରେ ପଢୁଥିବା ବେଳେ ରାଜନୀତିକୁ ଆସିଥିଲେ। ମନ୍ତ୍ରୀ ଅଦ୍ଵୈତ ବାବୁଙ୍କ ଅନୁଗତ ଭାବେ ସେ ବେଶ୍‌ ଜଣାଶୁଣା ଥିଲେ। ଅନୁଗୁଳ ନଗରପାଳ ଓ ଦୁଇ ଦୁଇ ଥର ଟାମଡ଼ା ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଜଣେ କର୍ମ ତତ୍ପର ନେତା ଭାବେ ସେ ଅନୁଗୁଳରେ ବେଶ୍‌ ଜଣାଶୁଣା ଥିଲେ। କିନ୍ତୁ ଯେତେବେଳେ ତାଙ୍କର ଆଶା ଆକାଂକ୍ଷା ବଢ଼ି ଥିଲା ଏବଂ ଅନୁଗୁଳ ବିଧାୟକ ପଦ ପାଇଁ ଆଖି ପକାଇଥିଲେ ସେତେବେଳେ ଅଦ୍ଵୈତଙ୍କ ପୁତ୍ର ରଜନୀକାନ୍ତଙ୍କ ସହ ତାଙ୍କର ମତାନ୍ତର ଓ ମନାନ୍ତର ଆରମ୍ଭ ହୋଇଥିଲା।

ରଜନୀକାନ୍ତ ଶକ୍ତି ବାବୁଙ୍କୁ ବିଜେଡିରେ ଏକ ପ୍ରକାର କୋଣ ଠେସା କରିବାକୁ ସକ୍ଷମ ହୋଇଥିଲେ। ୨୮. ୬.୨୦୧୩ ରେ ଅନୁଗୁଳ ବସ୍‌ ଷ୍ଟାଣ୍ଡରୁ ହରି ମହୁରୀ ଛକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କର କମଳରେ ଏହାର ଶୁଭାରମ୍ଭ ହୋଇଥିଲା ରାଜ୍ୟର ଅଧଡଜଣ ମନ୍ତ୍ରୀ, ସାଂସଦ ପ୍ରମୁଖ ଏହିସମା ରୋହରେ ଉପସ୍ଥିତ ଥିଲେ।

ଏହି ରାସ୍ତାର ଆଲୋକିକରଣ କରାଗଲା ବେଳେ ଭୂତଳ ବିଦ୍ୟୁତ୍‌ ସଂଯୋଗ ନ କରି ରାସ୍ତା ଉପରେ ୧୧ କେଭି ତାର ଟଣା ଯାଇଥିଲା। ଯାହାକୁ ଅନେକ ବିରୋଧ କରାଯାଇଥିଲା। ଗଣମାଧ୍ୟମରେ ମଧ୍ୟ ଏହି ସମସ୍ୟା କଥା ଉଲ୍ଲେଖ କରାଯାଇଥିଲା। ଏବେ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ଲୋକ ମାନେ ଗାଡି ପାର୍କିଂ ବେଳେ ସାମାନ୍ୟ ଏପଟ ସେପଟ କଲେ ଫାଇନ୍ କଟା ଯାଉଛି। ଏଭଳି ସମୟରେ ଶକ୍ତି ବାବୁ ପୁରୁଣା ସମସ୍ୟାକୁ ଉଜାଗର କରି ପୌର ପ୍ରଶାସନକୁ ଅଡ଼ୁଆରେ ପକାଉଛନ୍ତି।

ଶକ୍ତି ବାବୁ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍‌ ଅଛନ୍ତି। ହେଲେ ଏଇ ପୋଷ୍ଟଟି ଶକ୍ତି ବାବୁଙ୍କ ମୁଡ ଏବେ କିଭଳି ଅଛି ତାହା ସ୍ପଷ୍ଟ ଦର୍ଶାଉଛି। ଦେଖାଯାଉ ଲୋକମତ କୁଆଡେ ଯାଉଛି।

Share

Leave a Reply