ଅନୁଗୁଳ: ଆଜି ତୁରଙ୍ଗ ସ୍ଥିତ ଶୀତଳ ବିହାର ହାଉସିଂ ସୋସାଇଟିର ୭ ମ ଓତିଷ୍ଠା ଦିବସ ପାଳିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ
ଅଗସ୍ତି ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀ ବେହେରା ନିଜ ବକ୍ତବ୍ୟରେ ସୋସାଇଟି ରେ ଏକ କମ୍ୟୁନିଟି ହଲ, ପାର୍କ ଏବଂ ମନ୍ଦିର ନିର୍ମାଣ ପାଇଁ ବିଧାୟକ ହାତ ପାଣ୍ଠିରୁ ଅନୁଦାନ ଦେବାର ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।
ସଭାରେ ସୋସାଇଟିର ସମ୍ପାଦକ ସୁଶାନ୍ତ କୁମାର ନନ୍ଦ ରାସ୍ତା ଓ ଡ୍ରେନ ର ଉନ୍ନତି ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଇଂ ପ୍ରବୀଣ କୁମାର ସାହୁ, ତୁରଙ୍ଗ ସରପଞ୍ଚ ସମରେନ୍ଦ୍ର ଦେହୁରୀ ଏବଂ ସୋସାଇଟିର ଆଇନ ପରାମର୍ଶଦାତା ଭୂପେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସୋସାଇଟିର ମୁଖ୍ୟ ତୋରଣର ଭୂମିପୂଜା କରିଥିଲେ। ସଭାରେ ସୋସାଇଟିର ସଭାପତି ମନୋଜ ଅଗ୍ରୱାଲ ଧନ୍ୟବାଦ ଦେଇଥିଲା ବେଳେ ସଭ୍ୟ ଦିନେଶ ଦାସ, ରବୀନ୍ଦ୍ର ଗାରୁ, ସୌରଭ ପାଣି, ବୁଦ୍ଧଦେବ ସାହୁ, ଚନ୍ଦନ ବଳ, ସିମାଞ୍ଚଳ ମହାରଣା ଓ ବେଣୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।