ଶୀତଲ ପ୍ଲାଜାରେ ଦୋକାନୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ

You are currently viewing ଶୀତଲ ପ୍ଲାଜାରେ ଦୋକାନୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ଗିରଫ

ଅନୁଗୁଳ: ସ୍ଥାନୀୟ ଶୀତଲ ପ୍ଲାଜା ଭିତରେ ଜଣେ ଦୋକାନୀଙ୍କୁ ଜଣେ ଯୁବକ ଚାପଡ଼ରେ ଆକ୍ରମଣ କରିବା ଅଭିଯୋଗରେ ମଙ୍ଗଳବାର ଅନୁଗୁଳ ଥାନା ପୋଲିସ ଜଣଙ୍କୁ ବାନ୍ଧିଛି। ସୂଚନା ମୁତାବକ, ସୋମବାର ଦିନ ଦ୍ବିପ୍ରହରରେ ଶୀତଲ ପ୍ଲାଜା ଭିତରେ ମୋବାଇଲ ଦୋକାନ ଦେବାକୁ କେନ୍ଦ୍ର କରି ମୂଷାପାପୁଲି ଅଞ୍ଚଳର ପିଣ୍ଟୁ ସାହୁ ନାମକ ଯୁବକ ନୀଲୋଫର କ୍ୟାଣ୍ଟିନ ଧଳଙ୍କୁ ଏକ ଧାରୁଆ ଚାପଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ନୀଲ ଗୁରୁତର ହୋଇଯାଇଥିଲେ। ଅନ୍ୟ ସାଥୀମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନୀଲଙ୍କ କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଥିଲା। ଘଟଣା ଘଟାଇ ସାରିବା ପରେ ପିଣ୍ଟୁ ଫେରାର ହୋଇଯାଇଥିଲା। ଏନେଇ ନୀଲଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାର ତଦନ୍ତ କରି ଅନୁଗୁଳ ଥାନା ପୋଲିସ ଆକ୍ରମଣକାରୀ ପିଣ୍ଟୁ ସାହୁକୁ ତା’ ଘରୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବାଇକ ଓ ମୋବାଇଲ ଜବତ କରିଥିବା ଆଇ ଆଇ ସି ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି।

Share

Leave a Reply