ଏଣିକି ଏସଏଚଜି ହସ୍ପିଟାଲରେ ସେବା ଯୋଗାଇବେ

You are currently viewing ଏଣିକି ଏସଏଚଜି ହସ୍ପିଟାଲରେ ସେବା ଯୋଗାଇବେ

ଅନୁଗୁଳ: ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗତ ୧୮.୧୧.୨୦୨୧ ରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି କି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଅନୁଯାଇ ଏଣିକି ହସ୍ପିଟାଲ ଗୁଡିକରେ ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ସମସ୍ତ ପ୍ରକାର ସେବା ଯୋଗାଇଦିଆଜିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏଥିନେଇ ୫୦୦୦କୋଟି ଟଙ୍କା ଖର୍ଚ କରାଯିବ ।ପଞ୍ଜିକୃତ ଏସଏଚଜି ମାନେ ହସ୍ପିଟାଲର ହେଲ୍ପ ଡେସ୍କ,ଆଟେଣ୍ଡାଣ୍ଟ,ସଫେଇ କାମ,ଔଷଧ ଓ ଭ୍ୟାକସିନ ଡେଲିଭରି, ଡାଏଟ ଯୋଗାଣ ଆଦି କାର୍ଯ୍ୟ କରି ପାରିବେ। ଏହାଦ୍ୱାରା ଉପରୋକ୍ତ କାର୍ଯ୍ୟରେ ସ୍ୱଚ୍ଛତା ରହିବା ସହିତ ଗ୍ରୁପ ଗୁଡିକ ଆତ୍ମ ନିର୍ଭରଶୀଳ
ହୋଇପାରିବେ ।

Share

Leave a Reply