ଅନୁଗୁଳ: ଚଲିତ ମାସ ତା ୨୮ତାରିଖରୁ ଆସନ୍ତା ମାସ ୦୨.୦୨.୨୦୨୫ ରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ନେପାଳର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଅନୁଗୁଳ ଜିଲ୍ଲାର ହାତୀଶାଳପଡାର ବିଶ୍ବରଂଜନ ସାହୁ ଓ ସୂର୍ଯ୍ୟସ୍ନାତା ସାହୁଙ୍କ ସୁପୁତ୍ର ଶ୍ରେୟାଂଶ ସାହୁ ଅଂଶ ଗ୍ରହଣ କରିବେ। ଶ୍ରେୟାଂଶର ବୟସ ବର୍ତ୍ତମାନ ୮ ବର୍ଷ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ନାଲକୋ ନଗର ଅନୁଗୁଳର ଦ୍ବିତୀୟ ଶ୍ରେଣୀରେ ବିଦ୍ୟା ଅଧ୍ୟୟନ କରୁଛନ୍ତି। ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ୟନ୍ତ କୁମାର ନାଥଙ୍କ ନିକଟରୁ ଦୀର୍ଘ ଦୁଇ ବର୍ଷ ହେଲା ଶିକ୍ଷା ଲାଭ କରି ବିଭିନ୍ନ ଖେଳରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରୀୟ ଖେଳରେ ପଦକ ହାସଲ କରି ଜିଲ୍ଲାର ଗୌରବ ଆଣିଛନ୍ତି। ମାତ୍ର ୮ ବର୍ଷର ବାଳକ ଦୁଇ ବର୍ଷ ଭିତରେ ୫ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଏବେ ଅନ୍ତର୍ଜାତୀୟ ସ୍ତରରେ ଅଂଶଗ୍ରହଣ କରି ପଦକ ହାସଲ କରିବାକୁ ମନବଳାଇଛନ୍ତି। ପିଲାଟି ଭିତରେ ଏଭଳୀ ଖେଳପ୍ରତି ଆଗ୍ରହ ଥିବାରୁ ଜିଲ୍ଲା କ୍ରିଡ଼ା ଅଧିକାରି ଅକ୍ଷୟ କୁମାର ସିଠ ପିଲାଟିକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି।
ଅନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ଅନୁଗୁଳର ଶ୍ରେୟାଂଶ ସାହୁ
- Post published:January 25, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul