ଅନୁଗୁଳ ଜିଲ୍ଲାରେ “ଶିଶୁଙ୍କ ପାଇଁ ଦିନଟିଏ” ପାଳିତ: ବାଲ୍ୟ ବିବାହ ବନ୍ଦ କରିବା ଉପରେ ଗୁରୁତ୍ୱ

You are currently viewing ଅନୁଗୁଳ ଜିଲ୍ଲାରେ “ଶିଶୁଙ୍କ ପାଇଁ ଦିନଟିଏ” ପାଳିତ: ବାଲ୍ୟ ବିବାହ ବନ୍ଦ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବା ଓ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ ତଥା ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଗ୍ରାମ, ପଞ୍ଚାୟତସ୍ତରରେ ପାଳିତ ହୋଇଥିବା ବେଳେ ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶିଶୁ ମଙ୍ଗଳ କମିଟିର ସଭ୍ୟ ସଭ୍ୟ, ଉପ ଆରକ୍ଷୀ ଅଧ୍ୟକ୍ଷକ, ଜିଲ୍ଲା ଶ୍ରମ ଅଧିକାରୀ, ଚାଇଲ୍ଡ ଲାଇନ, ଜିଲ୍ଲା ଅବକାରୀ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରତିନିଧି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପ୍ରତିନିଧି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଅନୁଷ୍ଠାନଗୁଡିକର ସ୍ଥିତି ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଏଲପିଓ ପ୍ରଦୀପ ନାୟକ ଉପସ୍ଥାପନ କରି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ଲାଗିରହିଥିବା ସମସ୍ୟା ଗୁଡିକୁ ଆଲୋଚନା କରାଇ ଏହାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ।

ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ପିଓଏନଆଇସି ଝରଣା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply