ଅନୁଗୁଳ : ବନ୍ତଳା ଥାନା ଇଲାକା ବଡହିଂସ ଗ୍ରାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡରେ ଗ୍ରାମର ଜିତେନ୍ଦ୍ର ବେହେରା ଓ ରଞ୍ଜନ ବେହେରାଙ୍କ ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି । ସୂଚନା ମୁତାବକ, ରାତିରେ ଉଭୟ ପରିବାର ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳେ ସର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଜିତେନ୍ଦ୍ର ଓ ରଞ୍ଜନଙ୍କ ୬ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ଉଭୟ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଉଭୟ ଗରିବ ଶ୍ରେଣୀର ହୋଇଥିବାରୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ
- Post published:April 27, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
