ସ୍ନିଫର ଡଗ୍ ‘ଇମିଲି’ ଅସୁସ୍ଥ, ନେଇଥିଲା ସାତକୋଶିଆ ସୁରକ୍ଷା ଦାୟିତ୍ୱ

You are currently viewing ସ୍ନିଫର ଡଗ୍ ‘ଇମିଲି’ ଅସୁସ୍ଥ, ନେଇଥିଲା ସାତକୋଶିଆ ସୁରକ୍ଷା ଦାୟିତ୍ୱ

ଅନୁଗୁଳ: ସ୍ନିଫର ଡଗ୍ ‘ଇମିଲି’ ଅସୁସ୍ଥ। ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ନିୟମିତ ଭାବେ ପାଟ୍ରୋଲିଂ କରିବା ପାଇଁ ସାତକୋଶିଆକୁ ଆସିଥିବା ସ୍ନିଫର ଡଗ “ଇମିଲି” ମେରୁଦଣ୍ଡଜନିତ ରୋଗରେ ପୀଡ଼ିତ। ଅଭୟାରଣ୍ୟ ମଧ୍ୟରେ ସନ୍ଦେହ ଜନକ ଗତିବିଧି ଉପରେ ନଜର ରଖୁଥିଲା ସେ।

ଜର୍ମାନ ସେଫର୍ଡ ବ୍ରିଡର ସ୍ନିଫର ଡଗ ଇମିଲି। ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ମହାବଳ ଟି-୧ଓ ଟି-୨ ଆସିଥିଲେ। ସେମାନଙ୍କଉପରେ ନଜର ରଖିବାକୁ ଦୁଇ କୁମକି ହାତୀଙ୍କ ସହ ସ୍ନିଫର ଡଗ ମଧ୍ୟ ଆସିଥିଲେ। ପ୍ରଥମେ ଗୋଟିଏ ବାଘର ମୃତ୍ୟୁ ଓ ଅନ୍ୟ ଏକ ବାଘକୁ ଫେରାଇ ନେବା ପରେ ହାତୀ ଦ୍ୱୟ ମଧ୍ୟ ଶିମିଳିପାଳକୁ ଫେରି ଯାଇଥିଲେ। ଏବେ ସ୍ନିଫର ଡ଼ଲଗ “ଇମିଲି” ମେରୁଦଣ୍ତ ଜନିତ ରୋଗରେ ପୀଡ଼ିତ ହୋଇଛି। ତାର ପଛ ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି। ଆଗକୁ ସାତକୋଶିଆକୁ ନୂଆ କୁକୁର ଆଣିବାକୁ ଯୋଜନା ଚାଲିଥିବା ଜଣାଯାଇଛି।

Share

Leave a Reply