ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା

You are currently viewing ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା

ଅନୁଗୁଳ: ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା। ଉଲ୍ଲେଖନୀୟ ସମାଜସେବା ନିମନ୍ତେ ଓଡିଶାର ଏକମାତ୍ର ସମାଜସେବୀ ଭାବେ ତାଙ୍କୁ ସି.ଏସ୍.ଆର ଟାଇମସ୍ ତରଫରୁ ମନୋନୀତ କରାଯାଇଛି।
ଆସନ୍ତା ୨୯ ତାରିଖ ଦିନ ଦୁବାଇରେ ତାଙ୍କୁ ସମ୍ମାନ ଜନକ ଗୋଲଡେନ ପିନାକିଲ୍ ପୁରସ୍କାର ପ୍ରଦାନ କରାଯିବ। କରୋନା ସମୟରେ ନିଜ ଜୀବନକୁ ପାଣି ଛଡାଇ ଇଂ. ଜେନା ଲୋକଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇଥିଲେ। ପୂର୍ବରୁ ବି ସେ ଅବହେଳିତ ଶିଶୁ, ନିରାଶ୍ରୟ ବୃଦ୍ଧ ଓ ବୃଦ୍ଧା, ଶ୍ରମିକ, ମହିଳା କଲ୍ୟାଣ ନିମନ୍ତେ ବିଭିନ୍ନ ସମାଜ ସେବା କାର୍ଯ୍ୟ କରିଥିଲେ। ଏଣୁ ତାଙ୍କୁ ସମ୍ମାନିତ କରାଯାଉଛି।

Share

Leave a Reply