ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣା ଅଜଣା ଓ ସମୂହ ରାଷ୍ଟ୍ରୀୟ ଗାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଉଦ୍ରେକ କରିବା ସହ ନିଜ ସଂସ୍କୃତିର ବିକାଶ କ୍ଷେତ୍ରରେ ପରିଷଦର ଭୂମିକାକୁ ପ୍ରଶଂସା କରିଥିଲେ। ପରିଷଦର ରାଜ୍ୟ ପୂର୍ବ ପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆମ ସଂସ୍କୃତି ଆମ ପରମ୍ପରା ଗୌରବମୟ ଇତିହାସ ବିଷୟରେ ଅବତାରଣା କରିଥିଲେ। ସଭାପତି ଶାନ୍ତନୁ କୁମାର ସର ଚରିତ୍ର ଗଠନ,ସଂସ୍କୃତି ସୁରକ୍ଷା ଓ ଦେଶ ଭକ୍ତି ଆଜିର ଛାତ୍ର ଛାତ୍ରୀ ମାନଙ୍କ ର ଲକ୍ଷ୍ୟ ହେବା ଉଚିତ୍ ବୋଲି ପ୍ରକାଶ କରିଥିଲେ। ବିଜୟ ମୋଦି ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଜଣା ଅଜଣା ପ୍ରତିଯୋଗିତାରେ ଶିଶୁ ବିଦ୍ୟା ମନ୍ଦିର ଓ କେନ୍ଦ୍ରୀୟ ବିଦ୍ୟାଳୟ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ସମୂହ ଗାନରେ ରୋଟାରୀ ପବ୍ଲିକ ସ୍କୁଲ, କେଭି ୧ ଓ କେଭି ୨ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ପରିଷଦ ପକ୍ଷରୁ ଭରତ ଗଡ଼ନାୟକ,ବଜରଙ୍ଗ ଅଗ୍ରୱାଲ ଏବଂ ମନ୍ମଥ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବା ବେଳେ ପ୍ରମୋଦ ନାୟକ ସଂଯୋଜନା କରିଥିଲେ ।
ଭାରତ ବିକାଶ ପରିଷଦ ପକ୍ଷରୁ ଜଣା ଅଜଣା ଓ ସମୂହ ଗାନ ପ୍ରତିଯୋଗିତା
- Post published:September 19, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul