ଅନୁଗୁଳ: ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିକିତ୍ସା ନିମନ୍ତେ ମୁମ୍ବାଇ ଯାଇଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ଅନୁଗୁଳୁ ପୌରାଞ୍ଚଳ ୱାର୍ଡ ନଂ ୯ ବଣିଆବାହାଳର ଆରାଧ୍ୟା ଦେବୀ ମା’ କଳିଙ୍ଗାଙ୍କ ପାଖରେ ଯୁବ ଓ ଛାତ୍ର ବିଜେଡି ନେତା ସୌମ୍ୟରଞ୍ଜନ ସାହୁ ଓ ତାଙ୍କ କର୍ମୀ ପ୍ରାର୍ଥନା କରିବା ସହ ସମୂହ ଦୀପ ଦାନ କରିଛନ୍ତି। ଦଳର ମୁଖିଆ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଦଳ ପକ୍ଷରୁ ପ୍ରାର୍ଥନା କରାଯାଇଛି।
ନବୀନଙ୍କ ପାଇଁ ଅନୁଗୁଳରେ ପ୍ରାର୍ଥନା, ମା’ କଳିଙ୍ଗାଙ୍କୁ ଦୀପଦାନ କଲେ ଯୁବ ନେତା ସୌମ୍ୟରଞ୍ଜନ ସାହୁ ଓ କର୍ମୀ
- Post published:June 21, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul