ସ୍ପନ୍ଦନ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

You are currently viewing ସ୍ପନ୍ଦନ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାଣ୍ଡସର, କେଏସ୍ଏସ୍ଏ ସିକ୍ୟୁରିଟି ବାରାକ୍ ନିକଟସ୍ଥ ଭଲିବଲ ପଡ଼ିଆ ପରିସରରେ ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସାମାଜିକ ସଂଗଠନ “ସ୍ପନ୍ଦନ” ତରଫରୁ ୩୬ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମ ଜାନୁଆରୀ ୧୭ରୁ ୨୩ ଯାଏଁ ଚାଲିବ। “ସ୍ପନ୍ଦନ”ର ସଦସ୍ୟ ବିଭୁ ପ୍ରସାଦ ଶତପଥୀ ଉପସ୍ଥିତ ଥିବା ଯୁବକ ଗୋଷ୍ଠୀର ସଦସ୍ୟ ଓ ଗ୍ରାମବାସୀଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରିଥିଲେ। ନାଲକୋ କୋଇଲା ଖଣି ଦାୟିତ୍ୱରେ ଥିବା ବରିଷ୍ଠ ପ୍ରବନ୍ଧକ ଶୁଭାଶିଷ ପଣ୍ଡା, ନାଲକୋ ହସପିଟାଲର ଏଜିଏମ୍ ଡକ୍ଟର ଚିନ୍ମୟ କୁମାର ବାରିକ, ସାମାଜିକ କର୍ମୀ ଶ୍ରୀକାନ୍ତ କୁମାର ସାହୁ ଯୋଗଦେଇ ମଦ୍ୟପାନ ନକରି ଗାଡ଼ି ଚଲାଇବା, ମଦ୍ୟପାନ କରିବା ଦ୍ଵାରା ଆମ ମାନସିକ ଅବସ୍ଥା ସହିତ ରାସ୍ତା ଦୁର୍ଘଟଣା ବୃଦ୍ଧି, ଟ୍ରାଫିକ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ବେହେରା, ଅଶୋକ ପଣ୍ଡା, ବଳରାମ ବେହେରା, ଅଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply