ସଲାମ ଅନୁଗୁଲବାସୀ ସଲାମ ରକ୍ତଦାତା: ଟ୍ରେନ ଦୁର୍ଘଟଣା ଆହତଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର

You are currently viewing ସଲାମ ଅନୁଗୁଲବାସୀ ସଲାମ ରକ୍ତଦାତା: ଟ୍ରେନ ଦୁର୍ଘଟଣା ଆହତଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର

ଅନୁଗୁଳ: ଆୟୋଜକ ନାହାନ୍ତି,ଗେଷ୍ଟ କେହି ନାହିଁ,ବ୍ଲଡ଼ ବ୍ୟାଙ୍କ କର୍ମଚାରି ହଠାତ ରକ୍ତଦାନ କ୍ୟାମ୍ପ ନା ଶୁଣି କୁନ୍ଥୁକୁନ୍ଥୁ ତଥାପି କିଛି ସ୍ବେଛାସେବୀ ଆଜି ସକାଳେ ଅଣ୍ଟା ଭିଡ଼ିଲେ ବାହନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଏକ ରକ୍ତଦାନ ଶିବିର ଆୟୋଜିତ ହେବ। ସୋସିଆଲ ମିଡିଆରେ ଅପିଲ କରି ଅପେକ୍ଷା କରି ରହିଲେ ରକ୍ତଦାତାଙ୍କୁ। ଦିନ ଏଗାର ଟା ବେଳକୁ ଗୋଟିଏ ଗୋଟିଏ ଲୋକ ଗଡ଼ିଲେ।ଦିନ ବାର ଟା ବେଳକୁ ରକ୍ତ ଦାନ ଭବନରେ ବସିବାକୁ ଆଉ ଯାଗା ନଥିଲା।ଅନୁଗୁଳ ର ଶାନ୍ତ ସରଳ ଯୁବକ ଯୁବତୀ ମାନେ ପର ଦୁଃଖ ରେ ସାହାଯ୍ୟ ପାଇଁ ଆଗେଇ ଆସିଲେ ରକ୍ତ ଦାନ କରିବାପାଇଁ।

ସ୍ବେଛାସେବୀ ପର୍ଶୁରାମ ଦାଶ୍,ମହେଶ ଭୋମରାଜ,ଆଦ୍ୟାଶ୍ଲୋକ ମିଶ୍ର,ସୁଶାନ୍ତ ତ୍ରିପାଠୀ,ଦୁସ୍ୟଂତ ନାଥ ପ୍ରମୁଖଙ୍କ ମାର୍ଗଦର୍ଶନରେ ରକ୍ତ ଦାନ କାର୍ଯ୍ୟକ୍ରମ ଆଗେଇ ଚାଲିଲା। ଅନେକ ଯୁବ ସାଥି ପ୍ରଥମ ଥର ରକ୍ତ ଦେଇ ନିଜକୁ ଧନ୍ୟ ମନେକରିଥିଲେ।ଖାଲଗାଁର ଶିବ ପ୍ରସାଦ ସାହୁ,ଅମଲାପଡାର ଫ୍ରାଂସିସ ଚାନ୍ଦ,ଜୁକୁବର ରୁବୁଲ ସାହୁ ପ୍ରଥମ ଥର ରକ୍ତ ଦେଇ ବହୁ ଆନନ୍ଦ ପ୍ରକାଶ କରିଥିଲେ।ଏଭଳି ଏକ ଜାତୀୟ ବିପତ୍ତି ସମୟରେ ଅନୁଗୁଲବାସୀ ଏକ ହୋଇ ରକ୍ତଦାନ କରିବା ଅଭୂତପୂର୍ବ ବୋଲି କୁହାଯାଉଛି।ଏହି ରକ୍ତଦାନ ଶିବିର ରାତି ନ ଟା ପର୍ଯ୍ୟନ୍ତ ଚାଲିଥିଲା।ପିଟିସି କନଷ୍ଟେବଳ ଟ୍ରେନିଂରେ ଥିବା ଭାଇ ମାନେ ମଧ୍ୟ ବହୁ ସଂଖ୍ୟାରେ ଧାଡି ବାନ୍ଧି ରକ୍ତ ଦେଉଥିବା ଦେଖିବାକୁ ମିଳିଥିଲା। ଏ ସମ୍ବାଦ ଲେଖା ହେଲା ବେଳକୁ ୨୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣା ପଡ଼ିଛି।

Share

Leave a Reply