ଅନୁଗୁଳ ଐତିହ୍ୟ ହେବ ବିଶ୍ଵବ୍ୟାପୀ: ମହୋତ୍ସବରେ ଉନ୍ମୋଚିତ ହେବ ସ୍ୱତନ୍ତ୍ର ପିକ୍ଚର ପୋଷ୍ଟ କାର୍ଡ

You are currently viewing ଅନୁଗୁଳ ଐତିହ୍ୟ ହେବ ବିଶ୍ଵବ୍ୟାପୀ: ମହୋତ୍ସବରେ ଉନ୍ମୋଚିତ ହେବ ସ୍ୱତନ୍ତ୍ର ପିକ୍ଚର ପୋଷ୍ଟ କାର୍ଡ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ମହୋତ୍ସବ ଅବସରରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହେବ ସ୍ୱତନ୍ତ୍ର ପୋଷ୍ଟ କାର୍ଡ। ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଓଡିଶା ମୁଖ୍ୟ ମହା ଡାକପାଳଙ୍କ ପକ୍ଷରୁ ପୋଷ୍ଟ କାର୍ଡ ଛପା ଯାଇଛି। ଅନୁଗୁଳ ଜିଲ୍ଲାର ୬ ଗୋଟି ପର୍ଯ୍ୟଟନସ୍ଥଳୀର ଫଟୋ ଥାଇ ଏହି ପୋଷ୍ଟ କାର୍ଡ ଗୋଟିଏ ସେଟର ବିକ୍ରି ମୂଲ୍ୟ ୧୫୦ ଟଙ୍କା ରଖା ଯାଇଛି। ଡାକ ଟିକଟ ସଂଗ୍ରହରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ଉପାଦେୟ ହେବ ବୋଲି କୁହାଯାଉଛି।

ତାଳଚେର ରାଜବାଟି,ଦେଉଳଝରି,ଟିକରପଡା,ବିନକେଇ ଆଦି ଏଥିରେ ସ୍ଥାନ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି। ଉନ୍ମୋଚନ ପାଇଁ ସମ୍ବଲପୁର ମହାଡାକପାଳ ରିଜୁ ଗାଙ୍ଗୁଲି ମହୋତ୍ସବର ସାନ୍ଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।

Share

Leave a Reply