ମସଲାରେ କୀଟନାଶକ ଅଛି କି ନାହିଁ ଯାଞ୍ଚ ଚାଲିଛି

You are currently viewing ମସଲାରେ କୀଟନାଶକ ଅଛି କି ନାହିଁ ଯାଞ୍ଚ ଚାଲିଛି

ଅନୁଗୁଳ: ଏମଡିଏଚ ଏବଂ ଏଭରେଷ୍ଟ ଗୁଣ୍ଡ ମସଲାରେ ବିଷାକ୍ତ କୀଟନାଶକ ଇଥାଇଲିନ ଅକ୍ସାଇଡ୍ ଠାବ କରିବା ସହ ସିଙ୍ଗାପୁର ଏବଂ ହଂକଂର ଖାଦ୍ୟ ନିରାପତ୍ତା ବିଭାଗ ଏସବୁ ମସଲାକୁ ବ୍ୟାନ କରିବା ପରେ ଭାରତରେ ଏଥିନେଇ ହଇଚଇ ସୃଷ୍ଟି ହୋଇଛି।ଭାରତର ଖାଦ୍ୟ ନିରାପତ୍ତା ବିଭାଗ ଏଥିରେ ଉଦବେଗ ପ୍ରକାଶ କରିବା ସହ ଏହା ଉପରେ ଅନୁସନ୍ଧାନ ଆରମ୍ଭ କରିଛି।

ଓଡ଼ିଶାରେ ଖାଦ୍ୟ ନିରାପତ୍ତା କମିଶନର ପୋମା ଟୁଡୁ ଜିଲ୍ଲାର ସମସ୍ତ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଉପରୋକ୍ତ ମସଲା ସହ ରାଜ୍ୟରେ ଅନ୍ୟ କମ୍ପାନୀ ଗୁଡ଼ିକର ଗୁଣ୍ଡ ମସଲାର ସାମ୍ପୁଲ ସଂଗ୍ରହ କରି ଭୁବନେଶ୍ବର ସ୍ଥିତ ଲାବୋରେଟରିକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରମରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ବିଭିନ୍ନ ଗୁଣ୍ଡ ମସଲାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

ମସଲାରେ ଥିବା ଏହି ଇଟିଓ ନାମକ କୀଟ ନାଶକ କ୍ୟାନ୍ସର ପରି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଉପରୋକ୍ତ ମସଲା କମ୍ପାନୀ ଦ୍ବୟ ସେମାନଙ୍କ ମସଲାର ତିଆରି ଏବଂ ଏକସ୍ପାଏରି ଅବଧିକୁ ହଠାତ୍ ବଢାଇ ଦେବାରେ ବିଦେଶୀ ବିଶେଷଜ୍ଞ ମାନେ ସନ୍ଦେହ କରି ମସଲାର ପରୀକ୍ଷାଗାରରେ ଯାଞ୍ଚ କରିଥିଲେ।ଏବେ ଧରପଗଡ ପରେ ନାମୀ ଦାମୀ କମ୍ପାନୀର ଗୁଣ୍ଡ ମସଲା ବିକ୍ରି କମିଥିବା କିଛି ବେପାରୀ ପ୍ରକାଶ କରିଛନ୍ତି।

Share

Leave a Reply