ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

You are currently viewing ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

ତାଳଚେର : ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା, ଆଜନ୍ମ ବିପ୍ଲବୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପ୍ରଜାମଣ୍ଡଳ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଛି।

ଏ ଅବସରରେ ତାଳଚେର ଯୁବନେତା ତଥା ନଗରପାଳ ପବିତ୍ର ଭୂତିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପବିତ୍ର ବାବୁଙ୍କ ସରଳ ଜୀବନ ଯାପନ, ଗଡ଼ଜାତ ଆନ୍ଦୋଳନରେ ତାଙ୍କର ଭୂମିକା ବିଷୟରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବରେ ନଗର ସଭାପତି ଆସିଫ ଖାନ୍ ଯୋଗ ଦେଇ ପବିତ୍ର ପ୍ରଧାନଙ୍କ ଜୀବନୀ ଆଦର୍ଶ କହିଥିଲେ।

କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ସମାଜସେବୀ ଜିତେନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗବେଷକ ଡକ୍ଟର ମହେଶ୍ୱର ପ୍ରଧାନ, ଆବାହକ ତଥା ସାମ୍ବାଦିକ ତପନ ମହାରଣା, ଭାଗ୍ୟରଥି ମହାପାତ୍ର, ବରିଷ୍ଠ କାଉନସିଲର ଯଶୋବନ୍ତ ମିଶ୍ର, ସଞ୍ଜୀବ ଗଡ଼ନାୟକ, ଯୁବନେତା ବିଶ୍ଵେଶ୍ୱର ସାହୁ, ପ୍ରଦୀପ ମହାପାତ୍ର, ନାରୀନେତ୍ରୀ ନୟନା ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply